
ଫୁଲବାଣୀ:- ମା ନାରାୟଣୀ ଠାକୁରାଣୀ ଯାତ୍ରାର ୧୯ତମ ଦିନରେ ପହଞ୍ଚିଛି । ପଞ୍ଚ ଠାକୁରାଣୀଙ୍କ ସମେତ ମା କାଳୀ ନଗର ପରିଭ୍ରମଣ ରେ ବାହାରିଥିଲେ। ଏହି ଅବସରରେ ବସଷ୍ଟାଣ୍ଡ ପକ୍ଷରୁ ବିରାଟ ବାଣ,ବାଦ୍ୟ, ଦଣ୍ଡନୃତ୍ୟ ପଟୁଆର ମାଧ୍ୟମରେ ମାଙ୍କ ଯାତ୍ରା ପରିଚାଳନା କରାଜାଇଥିଲା ।ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତ ରହି ମାଙ୍କ ଆଶିଷ ଭିକ୍ଷା କରିଥିଲେ।ପାରେ ପରେ ଯାତ୍ରା ମଣ୍ଡପରେ ଶ୍ରୀ ଜଗନ୍ନାଥ ଦିବ୍ୟାଙ୍ଗ ଗଂଜାମ ର ଭଜନ କାର୍ଯ୍ୟକ୍ରମ ହୋଇଥିଲା ଏଥିରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ପୌରାଧ୍ୟକ୍ଷ ରାଜେନ୍ଦ୍ର କଁହର ଯୋଗ ଦେଇଥିବା ବେଳେ ଯାତ୍ରା ପରିଚାଳନା ସଭାପତି ପି ସୁଧାଂଶୁ ଶେଖର ସେନାପତି, ସମ୍ପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ,ଉପସଭାପତି ସୁଜିତ ବେହେରା, ଆଇନଜୀବି ରମେଶ ଚନ୍ଦ୍ର ମହାନ୍ତି, ସାଂସ୍କୃତିକ ସମ୍ପାଦକ ଭି ଲୋକନାଥ ରାଜୁ, ଜଗନ୍ନାଥ ରାଜୁ ପ୍ରମୂଖ ଉପସ୍ଥିତ ଥିଲେ।ମଞ୍ଚ ପରିଚାଳନା ଦାୟିତ୍ବ ଅଶୋକ ମହାନ୍ତି ତୁଲାଇ ଥିଲେ। ସେହିପରି ଗତକାଲି ମଧ୍ୟ ପଞ୍ଚଦେବୀଙ୍କ ସହ ମା କାଳୀ ନଗର ଭ୍ରମଣରେ ବାହାରି ପିଅନପଡ଼ା ଅଞ୍ଚଳ ସହିତ ଭୁବନେଶ୍ବରୀ ସାହି, ଭଗବତି ସାହି, ମା ମଙ୍ଗଳା ସାହି, ବାପୁଜି ପଲ୍ଲୀ, କାଳି ମନ୍ଦିର ସାହି, ଶାନ୍ତି ନଗର ଓ ବନ୍ଧସାହି ଆଦି ଅଞ୍ଚଳ ଗସ୍ତକରି ବିଳମ୍ବରେ ଅସ୍ଥାୟୀ ମନ୍ଦିରକୁ ବିଜେ କରିଥିଲେ। ପରେ ଯାତ୍ରା ପଡ଼ିଆ ଠାରେ କଟକ ନଟରାଜ କଳା ପରିଷଦ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଲେ ସେମାନଙ୍କ ନୃତ୍ୟରେ ଦର୍ଶକ ବିଭୋର ହୋଇଥିଲେ। ଆସନ୍ତା କାଲି ଠାରୁ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କରୋନେସନ ପଡ଼ିଆ ଠାରେ ଅନୁଷ୍ଠିତ ହେବାକୁ ଯାତ୍ରା ପରିଚାଳନା କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି।ଆସନ୍ତା କାଲିର ସାଂସ୍କୃତିକ କାର୍ଯ୍ୟକ୍ରମ ଦୀପକ ବଜୁରିୟା ଭଜନ ସନ୍ଧ୍ୟା ଅନୁଷ୍ଠିତ ହେବ।