ସିଗାରେଟ୍ ମାଗିବାକୁ ନେଇ ଛୁରାମାଡ଼, ଗ୍ରାହକଙ୍କ ମୃତ୍ୟୁ

add-all

ଅନୁଗୁଳ, ୨୩।୫ ସିଗାରେଟ ମାଗିବାକୁ ନେଇ ଛୁରାମାଡ଼। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଅନଗୁଳ କାଙ୍ଗୁଲା ନୂଆଁ ସାହିର ଲଳିତ ସାହୁ(ଲିଟୁ)। ଛୁରା ମାଡ଼ କରିଥିବା ବ୍ୟକ୍ତି ଜଣକ ହେଲେ ସେହି ଗାଁର ଦୁଷ୍ମନ୍ତ ସାହୁ(ପିଣ୍ଟୁ ସାହୁ)।

ସୂଚନା ଅନୁସାରେ ପିଣ୍ଟୁର ଗାଁରେ ଏକ ପାନ ଦୋକାନ ଅଛି। ଲିଟୁ ସେହି ଦୋକାନରୁ ଏକ ସିଗାରେଟ ବାକି ମାଗିବାକୁ ନେଇ ଗଣ୍ଡଗୋଳ ହୋଇଥିଲା।

ଏଥିରେ ଉତକ୍ଷିପ୍ତ ହୋଇ ପିଣ୍ଟୁ ଏକ ଛୁରାରେ ଲିଟୁଙ୍କୁ ଆକ୍ରମଣ କରିଥିଲା। ଏଥିରେ ଲିଟୁର ମୃତ୍ୟୁ ଘଟିଥିଲା। ଅନଗୁଳ ସଦର ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆକ୍ରମଣ କରିଥିବା ପିଣ୍ଟୁ ଫେରାର ହୋଇଯାଇଛି।

ad-week
Leave A Reply

Your email address will not be published.