
ଫୁଲବାଣୀ (୨୩/୦୫) : ଆମେ ଓଡ଼ିଆ ଆମ ଭାଷ ବଢିଆ । ଓଡ଼ିଶାର ତତ୍କାଳୀନ ବରପୁତ୍ରଙ୍କ ନିଷ୍ଠାପର ନିଃସ୍ୱାର୍ଥପର ଲଢେ଼ଇ ଫଳରେ ଇଂରେଜ ସରକାର ଭାଷା ଭିତିରେ ଓଡିଶା କୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନତା ଦେଲେ । ଓଡ଼ିଆ ଭାଷା କାର୍ଯ୍ୟ କାରୀ କରିବାକୁ ଘୋଷଣା କଲେ । ଦେଶ ସ୍ୱାଧିନର ୧୫ ବର୍ଷ ମଧ୍ୟରେ ପ୍ରାଦେଶିକ ଭାଷାରେ ରାଜ୍ୟ ଶାସନ ପାଇଁ ସମ୍ବିଧାନରେ ନିର୍ଦ୍ଦେଶ ରହିଛି।୧୯୫୪ ମସିହାରେ ପ୍ରଥମ ବିଧାନସଭା ରେ ମନିଷି ନବକୃଷ୍ଣ ଚୌଧୁରୀ ଭାଷା ଆଇନ ପ୍ରଣୟନ କଲେ।କିନ୍ତୁ ୧୯୬୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁପଟନାୟକ ଅଗଣତାନ୍ତ୍ରିକ ଭାବେ ଓଡ଼ିଆ ଭାଷା ସହିତ ଇଂରାଜୀ ଭାଷା ପ୍ରଚଳନ ହେବ ବୋଲି ଏକ ଆଧ୍ୟାଦେଶ ଆଣିବାରୁ ଓଡ଼ିଆ ଭାଷା କାର୍ଯ୍ୟକାରୀ ହୋଇପାରିଲା ନାହିଁ।ଵର୍ତମାନ ଭାଷାପ୍ରେମୀ ସୁବାଷ ଚନ୍ଦ୍ର ପଟ୍ଟନାୟକ ଭାଷା ଆନ୍ଦୋଳନ ମାଧ୍ୟମରେ ଛ ବର୍ଷ ହେଲା ଜାରି ରଖିଛନ୍ତି କଳାପତକା ଅଭିଯାନ।ମୁଖ୍ୟମନ୍ତ୍ରୀ ଭାଷା ବିଧେୟକ ରେ ସଂଶୋଧନ ଆଣିବାକୁ କ୍ୟାବିନେଟ ନିଷ୍ପତ୍ତି ନେଉଥିବା ବେଳେ ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କୁ ପରିବର୍ତ୍ତନ କରୁଥିବା ଦେଖାଯାଉଛି। ଓଡ଼ିଆ ଭାଷା ଆମର ମାତୃଭାଷା। ମାତୃଭାଷା ରେ ଶାସନ ଆମ ଅଧିକାର। କିନ୍ତୁ ଶୋଷକ ଗୋଷ୍ଠୀ ତାହା କରାଇ ଦେଉ ନାହାନ୍ତି।ଓଡ଼ିଆ ଭାଷା ଆମର ଅସ୍ମିତା ଓ ଗୌରବ।ତେଣୁ ଆମେ ଭାଷାକୁ ଗୁରୁତ୍ୱ ଦେବା ଆବଶ୍ୟକ।ସେଥିପାଇଁ ଫୁଲବାଣୀ ଲେଖକ ସାମୁଖ୍ୟ ଠାରେ ଅନଲାଇନ ରେ ଆମ ଭାଷାର ସ୍ଥିତି ସମ୍ପର୍କରେ ଅନୁଷ୍ଠିତ ବୈଠକରେ ସୁବାଷ ଚନ୍ଦ୍ର ପଟ୍ଟନାୟକ ସରକାରଙ୍କୁ ଦେଇଥିବା ପରାମର୍ଶ ସମ୍ପର୍କରେ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଲେଖକ ସାମୁଖ୍ୟର ରବିନ୍ଦ୍ର ନାଥ ମିଶ୍ର, ଚିତ୍ତରଞ୍ଜନ ମିଶ୍ର, ବୈକୁଣ୍ଠ ନାଥ ସ୍ୱାଇଁ,ଅଖିଳ ବିଶ୍ୱାଳ,ପ୍ରଶନ୍ନ ପଣ୍ଡା, ରାଜ କିଶୋର ପାଢ଼ୀ, କୈଳାସ ବେହେରା, ରବୀନ୍ଦ୍ର ନାଥ ରଥ, ସମେତ ୧୪ଟି ଜିଲାର ଭାଷାପ୍ରେମୀ ଭାଇ ଓ ଭଉଣୀମାନେ ଯୋଗଦାନ କରିଥିଲେ।ରଞନ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଶୋକ ପରିଡ଼ା ସବୁଜିଲାର ଓଡ଼ିଆ ଭାଇଭଉଣୀ ଏହି ଆନ୍ଦୋଳନ ରେ ଯୋଗ ଦେଇ ଆମ ଭାଷାକୁ ସରକାରୀ ଭାଷାର ମାନ୍ୟତା ଦେବା ପର୍ଯ୍ୟନ୍ତ ଲଢେ଼ଇ କରିବାକୁ ଆହ୍ୱାନ ଦେଇଥିଲେ।