ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତିକୁ ICICI ବ୍ୟାଙ୍କ ତରଫରୁ ଆମ୍ବୁଲାନ୍ସ ପ୍ରଦାନ

add-all


ନବରଙ୍ଗପୁର (୨୪.୫) : ନବରଙ୍ଗପୁର ଜିଲ୍ଲାର ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ବିଶେଷ କରି ଜିଲ୍ଲାର ଗରିବ ଲୋକଙ୍କ ସ୍ୱାସ୍ଥ ସେବାରେ ଲାଗିବା ପାଇଁ ନବରଙ୍ଗପୁର ICICI ବ୍ୟାଙ୍କ ତରଫରୁ ଏକ ଆଧୁନିକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି। ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ପୂଜ୍ୟ ପୂଜାର୍ଚ୍ଚନା କରିବା ପରେ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ ଏବଂ ଜିଲ୍ଲାର ସ୍ୱାସ୍ଥ ସେବାର ଉନ୍ନତି ପାଇଁ ଅତ୍ୟାଧୁନିକ ଆମ୍ବୁଲାନ୍ସ ଜନସାଧାରଣ ସେବା ପାଇଁ ଯୋଗାଇ ଦେଇ ଥିବାରୁ ନବରଙ୍ଗପୁର ICICI ବ୍ୟାଙ୍କ କୁ ସାଧୁବାଦ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ କାଳି ପ୍ରସାଦ ବେହେରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ରତ୍ନାକର ସାହୁ, ICICI ବ୍ୟାଙ୍କ ର ଆଞ୍ଚଳିକ ମୁଖ୍ୟ ପ୍ରବୀଣ କାନ୍ଦୁରି, ସରକାରୀ ଆଞ୍ଚଳିକ ମୁଖ୍ୟ ରମେଶ ସାହୁ, କୋଷାଗୁମୁଡ଼ା ବ୍ୟାଙ୍କ ର ଶାଖା ପରିଚାଳକ ଦେବାଶିଷ ପଣ୍ଡା, ନବରଙ୍ଗପୁର ଶାଖା ପରିଚାଳକ ଶ୍ରୀକାନ୍ତ ଦାସ, ଉମରକୋଟ ଶାଖା ପରିଚାଳକ ପ୍ରକାଶ ବାଘରାଇ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ହଳଧର ନିହାଲ ପ୍ରମୁଖ ଉପସ୍ଥିତ ଥିଲେ

ad-week
Leave A Reply

Your email address will not be published.