ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା, ଶୁଣାଣି ଶେଷ, ରାୟ ସଂରକ୍ଷିତ

add-all

ଭୁୁବନେଶ୍ୱର: ବହୁ ଚର୍ଚ୍ଚିିତ ବର୍ଷା ଓ ଅନୁଭବ ମହାନ୍ତିଙ୍କ ଘରୋଇ ହିଂସା ମାମଲାର ଆଜି ହୋଇଛି ଶୁଣାଣୀ । ସୋସିଆଲ ମିଡ଼ିଆରେ ଗୋଟିଏ ପରେ ଗୋଟିଏ ଭିଡ଼ିଓ ଅନୁଭବ ବର୍ଷାଙ୍କ ବିରୋଧରେ ପୋଷ୍ଟ କରିବା ପରେ ଏହି ମାମଲା ବର୍ତ୍ତମାନ ଭିନ୍ନ ଏକ ମୋଡ଼ ନେଇଛି ।

ଅନୁଭବଙ୍କ ପକ୍ଷରୁ ଦାୟର ହୋଇଥିବା ଦୁଇଟି ପିଟିସନର ଶୁଣାଣୀ ଶେଷ କରି ଏସଡ଼ିଜେଏମ୍ କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି । ନିଜ ପିଟିସନ ରେ ଅନୁଭବ ଉଲ୍ଲେଖ କରିଥିଲେକି, ସେ ତାଙ୍କ ପତ୍ନୀ ବର୍ଷାଙ୍କ ପାଇଁ ଭଡା ଘରର ବ୍ୟବସ୍ଥା କରିବେ ।

ସେ ବାବଦୀୟ ଖର୍ଚକୁ ଭରଣା କରିବାକୁ ମଧ୍ୟ ସେ ରାଜି ଅଛନ୍ତି । ଯାହା ଉପରେ କୋର୍ଟ ଶୁଣାଣୀ ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି କଟକ ଏସଡିଜେ ଏମ୍ କୋର୍ଟ ।ତେବେ ଅନ୍ୟ ପଟେ ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ କରିବାରେ ଲାଗିଛନ୍ତି ଅଭିନେତା ଅନୁଭବ ମହାନ୍ତି।

ଉଭୟଙ୍କ ମଧ୍ୟରେ ସୋସିଆଲ ମିଡିଆ ଓ୍ୱାର ତେଜିବାରେ ଲାଗିଛି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଥାନାର ଦ୍ୱାରସ୍ଥ ହେବା ପରେ ପୁଣିଥରେ ସାଂସଦ ଅନୁଭବ ମହାନ୍ତି ଜାରି କରିଛନ୍ତି ନୂଆ ଭିଡିଓ।

ପତ୍ନୀ ବର୍ଷା ଥାନାରେ ଅଭିଯୋଗ କରିଥିଲେ ଯେ ଅନୁଭବ ଭିଡିଓ ଜାରି କରି ତାଙ୍କର ଅପମାନ କରୁଛନ୍ତି। ତେବେ ବର୍ତ୍ତମାନ ଏହି ମାମଲାର ଶୁଣାଣି ହୋଇଛି ।

ad-week
Leave A Reply

Your email address will not be published.