ବାରହା ଶିକାରୀ ଗିରଫ, ବାଇକ ଜବତ

add-all

ଚିକିଟି : ଦିଗପହଣ୍ଡି ବନାଞ୍ଚଳ ଝାଟି ପିଟିଆ ଠାରେ ବାରହା ଶିକାର କରି ମାଂସ ବିକ୍ରି ପାଇଁ ନେବା ବେଳେ ଜଣକୁ କାବୁ କରିଛନ୍ତି ନୂଆପଡା ବନ ବିଭାଗ କର୍ମଚାରୀ । ଗିରଫ ଜଣକ ହେଲେ ଉକ୍ତ ଗ୍ରାମର ଜି. ସୀମାଞ୍ଚଳ (୬୦)ବର୍ଷ।ସେ ୟାମହା od07 ac 8824 ବାଇକ ରେ ମୃତ ବାରହା କୁ ଧରି ଆସୁଥିଲେ।ନିକଟସ୍ଥ ଗାଇଡ଼ା ଜଙ୍ଗଲ ରୁ ଶିକାର କରି ବିକ୍ରି ପାଇଁ ନେବା ରାସ୍ତା ରେ ତାକୁ ଧରାଯାଇଥିବା ରେଞ୍ଜର କାନହୁ ଚରଣ ପଟ୍ଟନାୟକ କହିଛନ୍ତି।ନୂଆପଡା ଫୋରେଷ୍ଟର,ଗାର୍ଡ ଏବଂ ସ୍କ୍ୱାର୍ଡ଼ ଏହି ଚଢ଼ାଉ ରେ ସାମିଲ ଥିଲେ।ମୃତ ବାରହା କୁ ପୋଷ୍ଟ ମୋର୍ଟାମ କରି ବାଇକ କୁ ମଧ୍ୟ ଜବତ କରିଛି ବନ ବିଭାଗ।ଡି ଏଫ ଓ ଅମ୍ଳାନ ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଏ ଚଢ଼ାଉ ହୋଇଥିବା ବେଳେ କେସ ନମ୍ବର or49/2022-23 ରେ ବନ୍ୟଜନ୍ତୁ ହତ୍ୟା ମାମଲା ରୁଜୁ କରି ସୀମାଞ୍ଚଳ କୁ କୋର୍ଟ ଚାଲାଣ ହୋଇଛି।

ad-week
Leave A Reply

Your email address will not be published.