
ବ୍ରହ୍ମପୁର : ନୂତନ ଏସ ପି ଙ୍କ ଦାୟିତ୍ୱ ଗ୍ରହଣ ପରେ ଅପରାଧୀ ଓ ମାଫିଆ ମାନଙ୍କ ଆଖିରୁ ନିଦ ହଜିଗଲାଣି ଅଂଚଳରେ ଏକ ରକମ କକୁଆ ଭୟ ଖେଳି ଗଲାଣି କେତେବେଳେ କେଉଁ ପରିସ୍ଥିତିରେ ଅପରାଧୀ ମାନଙ୍କ ଉପରେ ପୋଲିସ ମାଡି ବସିବ ତାହାର ଟେର ବି ପାଇଁ ପାରୁନି ଅପରାଧୀ l କିଛି ଦିନ ହେଲା ବ୍ରହ୍ମପୁର ଓ ଆଖ ପାଖ ଅଞ୍ଚଳ ମଦ ବେପାରୀ ଙ୍କ ଅମରାବତୀ ପାଲୋଟି ଥିଲା କିନ୍ତୁ ବର୍ତମାନ ପରିସ୍ଥିତି ଓଲଟା ହେବାକୁ ବସିଲାଣି, କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ଏସ ପି ଙ୍କ ନିର୍ଦେଶ ପରେ ଆଙ୍କୁଳି ଏବଂ ଲାଞ୍ଜିପଲ୍ଲୀ ଅଞ୍ଚଳ ରେ ଚୋରା ଦେଶୀ ଓ ବିଦେଶୀ ମଦ କରବାର ଚାଲିଥିବା କୁ ନେଇ ବ୍ରହ୍ମପୁର ଏସପି ଡ଼ା. ଶ୍ରବଣ ବିବେକ ଏହି ଅଞ୍ଚଳ ରେ ହେଉଥିବା ମଦ ବେପାର ବନ୍ଦ ପାଇଁ ନିର୍ଦେଶ ଦେଇଥିଲେ l ଡିଏସ ପି ସ୍ୱରାଜ ଦେବତା ଏହି ପରିପେକ୍ଷି ରେ ଏକ ସତନ୍ତ୍ର ଟିମ ଗଠନ କରି ଆଜି ଦିନ ତୋମାମ ଆଙ୍କୁଳି ଅଞ୍ଚଳ ରେ ବୋହୂ ଜାଗା ରେ ଛାପା ମାରିଥିଲେ ଶେଷରେ ଇନ୍ଦିରାନଗର ଠାରେ ଥିବା କାଳୁ ଜେନା ଘରେ ଛାପା ମାରିବା ବେଳେ ସେମାନଙ୍କୁ ସଫଳତା ମିଳିଥିବା ଜଣାପଡିଛି l କାଳୁ ଜେନା ଜଣେ ଦୁର୍ଦ୍ଧନ୍ତ ଅପରାଧୀ,ତାଙ୍କ ବିରୋଧ ରେ ଅନେକ ଗୁଡ଼ାଏ କେଶ ଗୋସାଇଁନୂଆଗାଁ ଥାନା , ବୈଦ୍ୟନାଥପୁରଥାନା ଏବଂ ବ୍ରହ୍ମପୁର ଆଉ କିଛି ଥାନା ରେ ମଧ୍ୟ ତାଙ୍କ ନାଁ ଥିବା ଜଣା ପଡିଛି l ଏହି ମାସକ ଭିତରେ କାଳୁ ଜେନା ମଦ ବିକିବା ଏବଂ ଝଗଡା କରିବା କୁ ନେଇ ବୈଦ୍ୟନାଥପୁର ଥାନା ତିନି ଥର କେଶ କରି କୋର୍ଟ ଚାଳନ କରିଥିଲେ ମଧ୍ୟ ପୁଣି ଆଜି ଡିଏସପି ସ୍ୱରାଜ ଦେବତା କାଳୁ ଜେନା ଘରୁ ତିନି ବସ୍ଥା ଚୋରା ଦେଶୀ ମଦ (563 pc ) ଯାହାର ଆନୁମାନିକ ମୂଲ୍ୟ 10500 ଟଙ୍କା ହେବ ଏବଂ ନଗଦ 643 ଟଙ୍କା ଜବତ କରିଥବା ସୂଚନା ମିଳିଛି ଯାହାକୁ ନେଇ ବୈଦ୍ୟନାଥପୁର ଥାନା ରେ ଗୋଟିଏ କେଶ 161/22 ରୁଜୁ କରାଯାଇଛି l ବ୍ରହ୍ମପୁର ଅଞ୍ଚଳ ରେ ହେଉଥିବା ଏହିପରି ସମସ୍ୟା କୁ ପ୍ରଶୟ ଦିଆଯିବ ନାଇଁ ବୋଲି ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି