ରାଷ୍ଟ୍ରୀୟ ପଛୁଆବର୍ଗ ପକ୍ଷରୁ ଦାରିଙ୍ଗବାଡି ବଜାର ବନ୍ଦ

add-all

ଦାରିଙ୍ଗବାଡ଼ି (୨୫/୫) : ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଦ୍ବାରା ଦିଆଯାଇଥିବା ଚରଣ ବଦ୍ଧ ଆନ୍ଦୋଳନ ଭାରତ ବନ୍ଦର ପ୍ରଭାବ ଦାରିଙ୍ଗବାଡ଼ି ରେ ଦେଖିବାକୁ ମିଳିଛି | ବହୁଜନ କ୍ରାନ୍ତି ମୋର୍ଚ୍ଚା, ଭାରତ ମୁକ୍ତି ମୋର୍ଚ୍ଚା, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ, ରାଷ୍ଟ୍ରୀୟ ଆଦିବାସୀ ଛାତ୍ରସଂଘ, ରାଷ୍ଟ୍ରୀୟ ମୂଳନୀବାସୀ ସଂଘ, କୃଷକ ମୋର୍ଚ୍ଚା, ମହିଳା ମୋର୍ଚ୍ଚା ଆଦି ପୂର୍ଣ୍ଣ ସମର୍ଥନ ଜଣେଇ ଆନ୍ଦୋଳନ ରେ ସାମିଲ ଥିଲେ। କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକରେ ବନ୍ଦ ପାଳନ ଶାନ୍ତି ପୁର୍ଣ୍ଣ ଭାବେ କରାଯାଇଛି। ସକାଳଠାରୁ ମଧ୍ୟାନ ପର୍ଯ୍ୟନ୍ତ ବନ୍ଦ ରହିଥୁଲା, ପ୍ରଶାସନ ମଧ୍ୟ ପୁର୍ଣ୍ଣ ସହଯୋଗ କରିଥିଲେ, ବିଏମଏମ(BMM)ର ବ୍ଳକ ଉପ ସଭାପତି ତଥା RCM ର ଜିଲା କମିଟି ସଦସ୍ୟ- ମାନନୀୟ ପ୍ରଶାନ୍ତ ପ୍ରଧାନ ଏବଂ ସହଯୋଗୀ BKMS ର ଜିଲା ସଭାପତି – କୁସନାଥ ପ୍ରଧାନ ଓ ତାଙ୍କ ସମସ୍ତ ସହଯୋଗୀ ସମେତ ଅନେକ ବାପା ମା ସାମିଲ ହୋଇଥିଲେ। ବନ୍ଦ ପାଳନ କାର୍ଯ୍ୟକ୍ରମରେ ସୁନବର ମଲିକ, ଫିଲିଫ ପ୍ରଧାନ, ନନ୍ଦକିଶୋର ପ୍ରଧାନ, ମୋହନ ପ୍ରଧାନ,ରାଜେଶ ପ୍ରଧାନ ,ରଂଜୁତା ପ୍ରଧାନ ,ବାସନ୍ତି ପ୍ରଧାନ ଏବଂ ଓ ବି ସି ରୁ ସୁନୀଲ ସାହୁ ପ୍ରମୁଖଙ୍କ ସହଯୋଗରେ ବନ୍ଦ ପାଳନ ସଫଳ ହୋଇଥିବା ଖବର ହସ୍ତଗତ ହୋଇଛି।

ad-week
Leave A Reply

Your email address will not be published.