ପ୍ରିୟଦର୍ଶୀ ପଟ୍ଟନାୟକ ସ୍ମୃତି ଦିବାରାତ୍ରି କ୍ରିକେଟ : ବ୍ରହ୍ମପୁର ଅଶୋକ ନଗର ଏକାଦଶ ଚମ୍ପିଆନ…

add-all

ହିଞ୍ଜିଳିକାଟୁ : ଵୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡ଼ିୟମରେ ପ୍ରେସକ୍ଳଵ ହିଞ୍ଜିଳିକାଟୁ ସହଯୋଗରେ ଏମସିସି କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ପ୍ରିୟଦର୍ଶୀ ପଟ୍ଟନାୟକ ମେମୋରିଆଲ ଦିବା ରାତ୍ର ଟେନିସ ବଲ କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲ ମ୍ୟାଚରେ ପିସିସି ବେଗୁନିଆ ପଡା ଦଳ କୁ ହରାଇ ଅଶୋକ ନଗର ଏକାଦଶ ଦଳ ଚମ୍ପିଆନ ହୋଇଛି । ଵୁଧବାର ରାତିରେ ହୋଇଥିବା ଫାଇନାଲ ମ୍ୟାଚରେ ଅଶୋକ ନଗର ଏକାଦଶ ଦଳ ଟସ ଜିତି ବୋଲିଂ ନିଷ୍ପତି ନେଇଥିଲେ। ପିସିସି ବେଗୁନିଆ ପଡା ଦଳ ସମସ୍ତ ୱିକେଟ ହରାଇ ମାତ୍ର ୬୮ ରନ କରିଥିଲେ ଜବାବରେ ଅଶୋକ ନଗର ଏକାଦଶ ବ୍ରହ୍ମପୁର ୫,୪ ଓଭର ଖେଳି ୪ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ଵିଜୟ ହାସଲ କରିଥିଲେ। ବ୍ରହ୍ମପୁର ଅଶୋକ ନଗର ଏକାଦଶ ପକ୍ଷରୁ ବିଟୁ ସର୍ବାଧିକ ରନ କରି ମ୍ୟାନ ଅଫ ଦି ଫଳନାଲ ହୋଇଥିଲେ । ପି ଗଣେଶ ମ୍ୟାନ ଅଫ ଦି ସିରିଜ ହାସଲ କରିଥିଲେ। ଫାଇନାଲ ମ୍ୟାଚକୁ ସତ୍ୟ ପାଣିଗ୍ରାହୀ ଓ କେଶବ ମହାରଣା ପରିଚାଳନା କରିଥିଲେ ।ସ୍କୋରର ଦାୟିତ୍ବ ଶ୍ରୀଧର ମହାରଣା ତୁଲାଇଥିବାବେଳେ ଅମୂଲ୍ୟ ରତ୍ନ ପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିଲେ। ଉଦଯାପନୀ ଉତ୍ସବରେ ଗଞ୍ଜାମ କିଳାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟଅତିଥି ଭାବେ ଯୋଗଦେଇ ଚାମ୍ପିଆନ ଓ ରନର୍ସ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଉଦଯାପନୀ ଉତ୍ସବ ରେ ଆସିକା ସଂସଦ ଙ୍କ ବ୍ୟକ୍ତିଗତ ସହାୟକ ନୀଳମଣି ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ପ୍ରେସକ୍ଳଵ ହିଞ୍ଜିଳିକାଟୁ ସଭାପତି ଦ୍ୱୀତୀକୃଷ୍ଣ ପଣ୍ଡାଙ୍କ ସଭାପତିତ୍ୱରେ ହୋଇଥିଲା । ଏଥିରେ ସମ୍ମାନୀତ ଅତିଥି ଭାବେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ହିଞ୍ଜିଳିକାଟୁ ପୌରପରିଷଦ ଵିଜେଡି ନଗର ସଭାପତି ଭୀମସେନ ଵେହେରା, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ, ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା, ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଓ ମର୍ଣିଙ୍ଗ କ୍ରିକେଟ କ୍ଳବ ସଭାପତି ନିଶିକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଟୁର୍ଣ୍ଣାମେଣ୍ଟରେ ୧୬ଟି ଟିମ ଭାଗ ନେଇଥିଲେ। ଟୁର୍ଣ୍ଣାମେଣ୍ଟକୁ ଗୋପାଳ କୃଷ୍ଣ ମହାରଣା,ବ୍ରିଜେଶ ମହାରଣା, ଜଗନ ଡାକୁଆ,ସତ୍ୟ ପାଣିଗ୍ରାହୀ, ବଣ୍ଟି ପୃଷ୍ଟି, ସୁଜିତ ସାଇଁ, ଚିନ୍ମୟ ପଣ୍ଡା, ଆଲୋକ ପାତ୍ର, ଚନ୍ଦ୍ରଶେଖର ସାହୁ ପ୍ରମୁଖ ଟୁର୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ |

ad-week
Leave A Reply

Your email address will not be published.