ପ୍ରଧ୍ୟାପିକା ଡ.ସବିତା ପଟନାୟକ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ…

add-all

ବ୍ରହ୍ମପୁର : ମହାମାୟୀ ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଓଡ଼ିଆ ପ୍ରଧ୍ୟାପିକା ତଥା ଗାନ୍ଧୀ ନଗର ନିବାସୀ ସ୍ବର୍ଗତ ଡ଼.ସବିତା ପଟନାୟକ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧାଞ୍ଜଳିର ଆୟୋଜନ ବୁଧବାର ଚେନ୍ନାଇସ୍ଥିତ ଓଡିଶା ଭବନ ଠାରେ ସୁଚାରୁପେ ସମ୍ପୂର୍ଣ ହୋଇଯାଇଛି. ଏହି ଶ୍ରଦ୍ଧାଞ୍ଜଳି ସଭାରେ ଚେନ୍ନାଇସ୍ଥିତ ଇସକନ ତରଫରୁ ବହୁମୁଖୀ ପ୍ରତିଭାଶାଳୀ ଶ୍ରୀ ଶ୍ରୀ ଶ୍ରୀ ସୁମିତ୍ରା କୃଷ୍ଟାକାନ୍ତ ଦାସ ଏବଂ ତାଙ୍କ ସହଯୋଗୀ ଶିଷ୍ୟବୃନ୍ଦ ଶ୍ରୀ ଚୈତନ୍ୟ ମହାପ୍ରଭୁ ପ୍ରମୁଖ ଯୋଗ ଦେଇଥିଲେ. ଏହି ଶ୍ରଦ୍ଧାଞ୍ଜଳି ସଭାକୁ ସ୍ୱଗର୍ତ୍ତ ପଟନାୟକଙ୍କ ଝୀଆରୀ ଡ଼. ରୀନା ଦାସ, ଜ୍ୱାଇଁ ସୁବ୍ରତ ମହାନ୍ତି, ନାତି ଅରମାନ, ବଡ ଭଉଣୀ ସୁଷମା ଙ୍କ ସହ ବହୁ ପ୍ରତିଭାବାନ ବ୍ୟକ୍ତିତ୍ୱ ଏବଂ ବନ୍ଧୁଗଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଡ. ପଟନାୟକଙ୍କ ପ୍ରତିଭା ଓ ବନ୍ଧୁ ପ୍ରେମର ପ୍ରେରଣା ସମସ୍ତେ ଗୁଣଗାନ କରି ଥିଲେ. ସେହିପରି ବ୍ରହ୍ମପୁର ଠାରେ ମଧ୍ୟ୍ୟ ତାଙ୍କ ପରିବାର ଓ ବନ୍ଧୁବର୍ଗ ସ୍ଵଗର୍ତ୍ତ ପଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ.

ad-week
Leave A Reply

Your email address will not be published.