ରୋଟାରୀକ୍ଲବ ଆନୁକୂଲ୍ୟରେ ରାଉରକେଲା ଷ୍ଟିଲ ସିଟି ଓ ଏଚଡିଏଫସି ତରଫରୁ ରକ୍ତଦାନ ଶିବିର ଓ କୁଲର ପ୍ରଦାନ…

add-all

ରାଉରକେଲା : ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ଓ ଏଚଡିଏଫସି ବ୍ୟାଙ୍କ ର ମିଳିତ ଆନୁକୂଲ୍ୟରେ ଆରଜିଏଚ ଠାରେ ରକ୍ତଦାନ ଶିବିର ଓ ମହିଳା ପ୍ରସୂତୀ ବିଭାଗ ରେ କୁଲର ଦାନ କରାଯାଇଥିଲା। କାର୍ଯ୍ୟକ୍ରମର ଅଧ୍ୟକ୍ଷା ରୋଟାରୀଆନ ନିରୁପମା ମିଶ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଷ୍ଟିଲ ସିଟିର ରୋଟାରୀଆନ ସଭାପତି ଅର୍ଚ୍ଚନା ମହାନ୍ତି,ଡଃ ଅଞ୍ଜନା ମୈତ୍ର,ପୁତୁଲ ରାହୁଲ,ମଞ୍ଜୁରାଣୀ ମେହେର,ନିତିକା କାପୁର,ଚନ୍ଦ୍ରାବତୀ ଅମାତ,ସଂଧ୍ୟା ସାହୁ,ସଂଜୀତ ଛୋଟରାୟ, ରୋଟାରୀ କ୍ଲବ ସମ୍ବଲପୁର ଗ୍ରେଟର ର ଏଜି ରୋଟାରୀଆନ ସତୀଶ ଅଗ୍ରୱାଲ ଏବଂ ବିଲାଲ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଅନ୍ୟତମ ସହଯୋଗୀ ଭାବେ ଏଚଡିଏଫସି ବ୍ୟାଙ୍କ ର ସର୍ବଶ୍ରୀ ବାଳକୃଷ୍ଣ ପଣ୍ଡା,ଅମର ଜଲାନ,ବିକାଶ ନାୟକ ଓ ଜିତେନ କୁମାର ପ୍ରମୁଖ ସହାୟତାର ହାତ ବଢାଇଥିଲେ। ରକ୍ତ ଦାନ ଶିବିରରେ ରିମ୍ସ ରୋଟ୍ରାକ୍ଟ ତରଫରୁ ସଭାପତି ଦେବାଂଶ, ସଂପାଦକ ଅଂଶୁ,ଦୀପ୍ତି,ପୁଷ୍ପାଞ୍ଜଳୀ,ବାଲା,ବବଲୀ,ଅଂଶିକା,ଶାହାରୁଖ,ପ୍ରିୟଙ୍କା,ହର୍ଷ,ଦିଲେଶ୍ବରୀ,ଅଞ୍ଜଳୀ,ସୁପ୍ରିୟା,ମଧୁଲିକା,
ଅଦିତି,ଆୟୁଷ,ଆହ୍ବାନ,ଗୌରବ,ସାର୍ଥକ,ରଘୁ,ଅଙ୍କିତ,ସଞ୍ଜୟ ଓ ଗୁରୁ ପ୍ରମୁଖ ରକ୍ତ ଦାନ କରିଥିଲେ। ଏହାବ୍ୟତୀତ ରୋଟାରୀଆନ ନୀଲମ ରତ୍ନାକର ତାଙ୍କ ବାପା ସ୍ବର୍ଗତ ଡାକ୍ତର ବୈଦ୍ୟନାଥ ପ୍ରସାଦ ଓ ରୋଟାରୀଆନ ପିହୁ ଗୁହା ତାଙ୍କ ସ୍ବର୍ଗତ ପିତା ଏମ୍.କେ.ଗୁହା ଓ ମାତା ସ୍ବର୍ଗତା ଏସ୍.ଚାଟାର୍ଜୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶିଶୁ ଓ ମହିଳା ବିଭାଗକୁ କୁଲର ଓ ନାପକିନ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଆରଜିଏଚ ର ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ସ୍ବାଇଁ ଅତିଥି ଭାବେ ଯୋଗ ଦେଇ କୁଲର ଗୁଡିକୁ ଲୋକାର୍ପିତ କରିବା ସହ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ବ୍ଲଡ୍ ବ୍ୟାଙ୍କର ଅଫିସର ଡାକ୍ତର ପଣ୍ଡିତ ସାହୁ,ଡାକ୍ତର ଏମ୍.ସୋରେନ,ଡାକ୍ତର ମୀରା ସାସ୍ମଲ ଓ ଡାକ୍ତରଖାନାର ପ୍ରବନ୍ଧକ ମୋହିତ ଶ୍ରବାସ୍ତବ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଆର.ସି.ମେହେର ଓ ବସନ୍ତ କୁମାର ତନ୍ତୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କାର୍ଯ୍ୟକ୍ରମର ଅଧ୍ୟକ୍ଷା ରୋଟାରୀଆନ ଶ୍ରୀମତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.