ସ୍ୱାଭିମାନ ଅଞ୍ଚଳ ଦୁଇ ପଞ୍ଚାୟତ ଚାଷୀଙ୍କୁ ସବସିଡିରେ ମିନିପାୱାର ଟିଲର ପ୍ରଦାନ…

add-all


ଚିତ୍ରକୋଣ୍ଡା:- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଦୁଇ ପଞ୍ଚାୟତ ରାଲେଗାଡା ଓ ଧୂଳିପୁଟ ଗ୍ରାମ ପଞ୍ଚାୟତରେ ଚଷା ପୁଅ ଅଖି ତୃତୀୟା ଦିନ ଅଳ୍ପ ଜମିରେ ମାଟି ମା ଜମିକୁ ପୂଜା ସହ ଧାନ ଅନୁକୂଳ କରି ଚାଷ ଆରମ୍ଭ କରିଦେଇଥିବା ବେଳେ ବର୍ଷା ଦିନର ଆଗମନରେ କମ ସମୟ ମଧ୍ୟରେ କମ ପରିଶ୍ରମ ବିନିଯୋଗରେ ବିଭଳି ଅଧିକ ଚାଷ କରିପାରିବ ସେ ନେଇ କିଛି ଚାଷୀ ରାଲେଗଡା଼ ସରପଞ୍ଚ କମଳୁ ହନ୍ତାଳ ଙ୍କୁ ଜଣାଇ ଥିଲେ l ସରପଞ୍ଚ ଶ୍ରୀ ହନ୍ତାଳ କୃଷକ ମାନଙ୍କ  ଚାଷ କରିବା ନିମନ୍ତେ କୃଷି ବିଭାଗ ର ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ରେ କାର୍ଯ୍ୟରତ VAW ସହ ଯୋଗାଯୋଗ କରିଥିଲେ  VAW ଏ ସମ୍ପର୍କରେ ଜିଲା କୃଷି ଅଧିକାରୀ ଙ୍କୁ ଜଣାଇ ଆଲୋଚନା କରି ମାଲକାନଗିରି କୃଷି ବିଭାଗ ସହଯୋଗରେ ଉନ୍ନତ ଚାଷ ତଥା କୃଷକ ମାନଙ୍କର ବିକାଶ ନିମନ୍ତେ ରାଲେଗାଡ଼ା ସରପଞ୍ଚ ଶ୍ରୀ କମଳୁ ହନ୍ତାଳଙ୍କ ଉଦ୍ୟମ ରେ କୃଷି ବିଭାଗ VAW ବିଶ୍ୱନାଥ ମଣ୍ଡଳ ସହଯୋଗରେ ସମାଜ ସେବି ତଥା ବରିଷ୍ଠ ବିଜୁ ଜନତା ଦଳ କର୍ମି ତପନ ସାହା ଏବଂଧୂଳିପୁଟ ସରପଞ୍ଚ ଶୁକଦେବ ବୁରୁଡ଼ି ଙ୍କ ଉପସ୍ଥିତିରେ ସ୍ୱାଭିମାନ ଅଞ୍ଚଳ ଗୁରୁପ୍ରିୟା ଠାରେ ସବସିଡିରେ ଚାଷୀ ମାନଙ୍କୁ ମିନି ପାୱାରଟିଲର ପ୍ରଦାନ କରାଯାଇଛି l ସମତଳ ଅଞ୍ଚଳରେ ସୁରୁଖୁରୁରେ ଚାଷ କରିଆସୁଥିବା ମିନିପାୱାର ଟିଲର ବର୍ତ୍ତମାନ ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳର ପାହାଡିଆ ଅଞ୍ଚଳରେ ଚାଷ କରିବାକୁ ପଶି ସାରିଛି l ଯେଉଁ ମିନି ପାୱାର ଟିଲର ର ଦାମ ରହିଛି ଟ.୬୪,୦୦୦/- ହଜାର ଟଙ୍କା ଲେଖାଏଁ ଏବଂ ଯାହାର ସବସିଡି ରହିଛି ୫୦% ଛାଡ଼ ପରିମାଣ ଟ.୩୨,୦୦୦/- l ଆଜି ପାଞ୍ଚ ଜଣ ଚାଷୀଙ୍କୁ ମିନି ପାୱାର ଟିଲର ପ୍ରଦାନ କରାଯାଇଥିବା ବେଳେ ଆଉ ଆଠ ଜଣ ଚାଷୀଙ୍କୁ ଖୁବ ଶୀଘ୍ର ଦିଆଯିବ ବୋଲି ସୂଚନା ମିଳିଛି l ବର୍ତ୍ତମାନ ଚାଷୀ ନିଜେ ସମ୍ପୂର୍ଣ ଟଙ୍କା ପୈଠ କରି ମିନି ପାୱାର ଟିଲର କିଣିଛନ୍ତି, ଚାଷୀ ମାନଙ୍କର DVD ମାଧ୍ୟମରେ ଅନଲାଇନ ଦରଖାସ୍ତ କରି ସବସିଡ଼ି ଦିଆଯିବାକୁ ଚିତ୍ରକୋଣ୍ଡା ବ୍ଲକ କୃଷି ଅଧିକାରୀ ପରମେଶ୍ୱର ଜେନା କହିଛନ୍ତି l

ad-week
Leave A Reply

Your email address will not be published.