ନାବାଳକଙ୍କୁ ଅପହରଣ ଉଦ୍ୟମ ବେଳେ ୩ ଅଟକ

add-all

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଡ଼ା ଅଂଚଳରୁ ଜଣେ ନାବାଳକଙ୍କୁ ଚୋରି ଉଦ୍ୟମ ଅଭିଯୋଗରେ ଗୋଟିଏ ପରିବାରରୁ ପୁଲିସ ତିନି ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ କରୁଛି। ଗତକାଲି ଅଡା ଛତ୍ରପୁର ଅଞ୍ଚଳର ଦୀନବନ୍ଧୁ ଦାସ ଓ ପରିବାର ବାଡ଼ ଘେରିଲା ବେଳେ ସେହି ଗାଁର ମାନା ସେଠୀଙ୍କ ନାବାଳକ ପୁଅ ଦିନେଶ ପହଂଚି ତାକୁ ତା ଘରେ ନିର୍ଯାତନା ଦେଉଥିବା କହିଥିଲା। ତାକୁ ସୁରକ୍ଷିତ ସ୍ଥାନରେ ଛାଡିବାକୁ ନିବେଦନ କରିଥିଲା।

ଦୀନବନ୍ଧୁ ଓ ତାର ପରିବାର ନାବାଳକ ଦୀନେଶକୁ ରମ୍ଭିଣା ଗ୍ରାମର ମାନା ଦାସ ଘରେ ଛାଡିଥିବା କହୁଛନ୍ତି। ହେଲେ ଦୀନେଶ କହୁଛି ମୋତେ ଦୀନବନ୍ଧୁ ପରିବାର ଏକ ଅଖାରେ ପୁରାଇ ମାନା ଦାସ ଘରେ ବାନ୍ଧି ରଖିଥିଲେ। କୌଣସି ସୂତ୍ରରୁ ଖବର ପାଇ ଦିନେଶ ପରିବାର ମାନା ଦାସ ଘରୁ ତାକୁ ଉଦ୍ଧାର କରିଥିଲେ। ପରେ ଅଡା ଗାଁ ଲୋକ ଦୀନବନ୍ଧୁ ଦାସ, ପୁଅ ତାପସ ସ୍ତ୍ରୀ ଋକମଣିକୁ ଅଟକ ରଖି ସିମୁଳିଆ ପୁଲିସକୁ ଜିମା ଦେଇଛନ୍ତି। ପୁଲିସ ଏହି ଘଟଣାର ତଦନ୍ତ କରୁଥିବା ଆଇଆଇସି ଜୟନ୍ତ ବେହେରା ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.