ବାଲିପାଟଣା ଗାଁରେ କୋଠ ଟଙ୍କା ହେରଫେରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ 

add-all

ପୁରୀ: ପୁରୀ ମେରାଇନ ଥାନା ଅନ୍ତର୍ଗତ ବାଲିପାଟଣା ଗାଁରେ କୋଠ ଟଙ୍କା ହେରଫେରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଗତକାଲି ରାତିରେ ଗୋଟିଏ ଗୋଷ୍ଠୀର ଲୋକ ଅନ୍ୟ ଗୋଷ୍ଠୀଙ୍କ ଘରେ ପଶି ଆସବବପତ୍ର ପୋଡ଼ି ଦେବା ସହ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।ସେହିପରି ବାଡ଼ି ବଗିଚା ଭିତରେ ପଶି ଗଛ ପତ୍ର କଟାକଟି କରିବା ସହ ଗାଡ଼ିମଟର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।

ଖବର ପାଇ ପୁଲିସ ଗାଁରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା। ଆଜି ସକାଳେ ଗାଁରେ ଚପା ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ଗତକିଛି ଦିନ ହେଲା ବାଲିପାଟଣା, ନାଗାପାଟଣା ଓ ନାଗେଶ୍ୱର ପାଟଣାରେ କୋଠ ଟଙ୍କା ନେଇ ହେରଫେରକୁ ନେଇ ଉତ୍ତେଜନା ଲାଗି ରହିଛି। ପୂର୍ବରୁ ଏହି ଘଟଣାରେ ୨୦ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ପୁଲିସ। ଗିର‍ଫ ଅଭିଯୁକ୍ତମାନେ ଗାଁକୁ ଫେରିବା ପରେ ପୁଣି ଗତକାଲି ରାତିରେ ଗାଁରେ ଗଣ୍ଡଗୋଳ ହୋଇଥିବା ଜଣାଯାଇଛି।

ad-week
Leave A Reply

Your email address will not be published.