କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିପିଏମ ହର ତରାଣୀଙ୍କ ଅକାଳ ବିୟୋଗରେ ସ୍ମୁତି ସଭା

add-all

ମାଲକାନଗିରି : କୁଡୁମୁଲୁଗୁମ୍ମା ସ୍ଥିତ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ବୈଠକ ଗୃହରେ ଦିବଂଗତ BPM ୰ ହର ପ୍ରସାଦ ତାରିଣୀଙ୍କ ଅକାଳ ବିୟୋଗରେ ଏକ ସ୍ମୁତି ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସ୍ମୁତି ସଭାରେ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଶୀ ସନ୍ତୋଷ କୁମାର ଷଡଙ୍ଗୀ ଙ୍କ ସମେତ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଦିବଂଗତ ୰ ହର ବାବୁଙ୍କ ତୈଳ ଚିତ୍ରରେ ପୁଷ୍ପ ଓ ଧୂପ ଅର୍ପଣ କରିବା ସହ ଅମର ଆତ୍ମାର ସଦଗତୀ ନିମନ୍ତେ ପାର୍ଥନା କରିଥିଲେ । ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଶ୍ରୀ ଷଡଙ୍ଗୀ କହିଥିଲେ ଯେ ହର ବାବୁଙ୍କ ଭଳି ଜଣେ ଯୁବ କର୍ମନିଷ୍ଟା ବ୍ୟକ୍ତିଙ୍କୁ ହରେଇବା ଜନସ୍ବାସ୍ଥ୍ୟ ପରିଚାଳନା କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ,ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ଯଦି କୁଡୁମୁଲୁଗୁମ୍ମା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ସାରା ଓଡ଼ିଶା ରାଜ୍ୟରେ ସର୍ବପ୍ରଥମ ଭାବେ କାୟା କଳ୍ପ ପୁରସ୍କାର ପ୍ରାପ୍ତ ହେବାରେ ହର ବାବୁଙ୍କ ବଳିଷ୍ଠ ଯୋଗଦାନକୁ କଦାପି ଭୁଲି ହେବନାହିଁ , ଏହି ଉପଲଭ୍ଦି ପାଇଁ ସାରା କୁଡୁମୁଲୁଗୁମ୍ମା ବାସୀ ଆଜି ନିଜକୁ ଗୌରବନିତ ମାନେ କରୁଛନ୍ତି । ସମସ୍ତ କର୍ମଚାରୀ ମାନ°କ ଶ୍ରଦ୍ଧାଞ୍ଜଳି ଅର୍ପଣରେ ସମ୍ପୂର୍ଣ୍ଣ ପରିବେଶଟି ଶୋକମୟ ହେବାସହ ସମସ୍ତଙ୍କ ଆଖିରୁ ଲୁହ ଝରି ଯାଉଥିବାର ଦୃଶ୍ୟ ଟି ଗଭୀର ଶ୍ରଦ୍ଧାଞ୍ଜଳିର ଭାବକୁ ବ୍ୟକ୍ତ କରୁଥିଲା ।

ad-week
Leave A Reply

Your email address will not be published.