ବାଲ୍ୟ ବିବାହ ବନ୍ଦ କରିବା ପାଇଁ ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ପାଇଁ ସଚେତନତା କର୍ମଶାଳା

add-all

ଦାରିଙ୍ଗବାଡ଼ି, (୨୮/୫) : ପ୍ରେମ୍ ଓ ଏଡୁକୋ ଅନୁଷ୍ଠାନ ଆନୁକୁଲ୍ୟରେ ଦଣ୍ଡିମାସ୍ଥିତ ପ୍ରେମ୍ କାର୍ଯ୍ୟାଳୟ ଠାରେ ନୂତନ ଭାବରେ ନିର୍ବାଚିତ ହୋଇଥିବା ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନେଇ ବାଲ୍ୟ ବିବାହକୁ ବନ୍ଦ କରିବା ଓ ପଞ୍ଚାୟତସ୍ତରୀୟ ଟାକ୍ସ ଫୋର୍ସ କମିଟିକୁ ସୁଦୃଢ଼ କରିବା ପାଇଁ ଏକ ସଚେତନତା ବୈଠକ ଅୟୋଜିତ ହୋଇଥିଲା । ଉକ୍ତ ବୈଠକରେ ଦାରିଙ୍ଗବାଡ଼ି ବ୍ଲକରେ ଥିବା ସମସ୍ତ ପଞ୍ଚାୟତ ସରପଞ୍ଚମାନେ ଉପସ୍ଥିତ ରହିଥିବା ବେଳେ ପ୍ରେମର ପ୍ରୋଗ୍ରାମ ମ୍ୟାନେଜର ସୁଧୀର କୁମାର ଦିଗାଲ୍ ବାଲ୍ୟ ବିବାହ ବନ୍ଦ କରିବା, ଶିଶୁ ମାନଙ୍କର ଯତ୍ନ ଓ ସୁରକ୍ଷା ପ୍ରଦାନ କରିବାରେ ଗ୍ରାମ ପଞ୍ଚାୟତର ଭୂମିକା ଉପରେ ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ। ଶେଷରେ ସମସ୍ତ ସରପଞ୍ଚ ମାନେ ନିଜ ଗ୍ରାମ ପଞ୍ଚାୟତର ଗ୍ରାମ ଗୁଡ଼ିକୁ ବାଲ୍ୟ ବିବାହ ମୁକ୍ତ କରିବା ନିମନ୍ତେ ବିଭିନ୍ନ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇ ଶପଥ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମକୁ ହିମାନୀ ଦାଶ, ପରିଚାଳନା କରିଥିବା ବେଳେ ଦିଲୀପ କୁମାର ପଣ୍ଡା, ସଞ୍ଜୟ କୁମାର ଦିଗାଲ, ରସାନ୍ତ ପାଲଟାସିଂ, ସୁଧାକର ନାୟକ ସହଯୋଗ କରିଥିଲା ବେଳେ କାର୍ଯ୍ୟକ୍ରମ ଶେଷରେଶ ଦିଲିପ କୁମାର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.