ମାଲକାନଗିରି : ପଡିଆରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ…

add-all

ମାଲକାନଗିରି : ପଡିଆ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ କାଲଦାପଲ୍ଲୀ ପଞ୍ଚାୟତ ଓ ଆଖପାଖ ଅଞ୍ଚଳର ଲୋକଙ୍କୁ ନେଇ ପଡିଆ ଥାନା ଅଧିକାରୀ ସୁନୀଲ କୁମାର ସୋରେନ ଙ୍କ ଅଧ୍ୟକ୍ଷତାରେ ଥାନା ପରିସରରେ ବୈଠକ ଅନୁଷ୍ଠିତ କରାଯାଇଥିଲା। ଏହି ବୈଠକରେ ସ୍ଥାନୀୟ ଲୋକଙ୍କୁ ଘରୋଇ ହିଂସା, ମାଦକ ଦ୍ରବ୍ଯ ସେବନ ଓ ବିକ୍ରିକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା, ଆଇନ ସେବା ପ୍ରାଧୀକରଣ ବାବଦରେ ବୁଝାଯିବା ସହ ଗ୍ରାମାଞ୍ଚଳରେ ଖାପ୍ ପଞ୍ଚାୟତରେ ଅପରାଧିକ ମାମଲାକୁ ନେଇ ବୈଠକ ନକରିବାକୁ କୁହାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ଥାନା ଅଧିକାରୀ ଶ୍ରୀ ସୋରେନ ନକ୍ସଲ ଦମନରେ ସ୍ଥାନୀୟ ଲୋକଙ୍କ ଭୂମିକା ସାରା ରାଜ୍ଯ ପାଇଁ ଉଦାହରଣ ପାଲଟି ଥିବା କହିଥିବା ବେଳେ ପୋଲିସ ଓ ଜନ ସାଧାରଣ ଙ୍କ ମଧ୍ୟରେ ଭାଇଚାରା ବଜାଇ ରଖିବାକୁ ନିବେଦନ କରିଥିଲେ। ଏହି ଅବସରରେ ଗତ ଦିନରେ ପୋଲିସ ପକ୍ଷରୁ ଦାଖଲ କରାଯାଇଥିବା କିଛି ମାମଲା ବାବଦରେ ମଧ୍ୟ ସ୍ଥାନୀୟ ଆଲୋଚନା କରାଯିବା ସହ ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ଥାନାରେ ମୋ ସରକାର ବ୍ୟବସ୍ଥା ରହିଛି, ଯାହା ପୋଲିସ ସେବା ଲୋକଙ୍କ ପାଇଁ ବୋଲି ପୋଲିସ ଅଧିକାରୀ ମାନେ କହିଛନ୍ତି। ଏଥିସହ ପଡିଆ ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଯେ କୌଣସି ବ୍ୟକ୍ତି ବିଶେଷ ଥାନାକୁ ଆସିଲେ ସେମାନଙ୍କ କେସ୍ ବାବଦରେ ସମ୍ପୂର୍ଣ୍ଣ ଅବଗତ କରାଇବା ବାବଦରେ ପୋଲିସ ଓ ଉପସ୍ଥିତ ଜନ ପ୍ରତିନିଧି ମଧ୍ୟରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଡିଆ ସରପଞ୍ଚ ଗଙ୍ଗା କାରାମ, କାଲଦାପଲ୍ଲୀ ସରପଞ୍ଚ, ଏସ୍ ଆଇ ଲିମାଇ ଚରଣ ପଣ୍ଡା, ଏଏସଆଇ ମାଡା ମାଡକାମି, ବିଜୟ କୁମାର ବେନିଆ,ବିଭିନ୍ନ ପଞ୍ଚାୟତର ୱାର୍ଡ ମେମ୍ବର ସମେତ ୭୦ ରୁ ଉର୍ଦ୍ଧ୍ୱ ଲୋକ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.