ଓଡିଶା ଚିତ୍ରାଳୟ ମାଲିକ ସଂଘ ର ଅର୍ଧ ବାର୍ଷିକ ଉସ୍ଛବ ପାଇଁ ପ୍ରସ୍ତୁତି ବୈଠକ…

add-all
ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ

ବ୍ରହ୍ମପୁର : ଓଡିଶା ଚିତ୍ରାଳୟ ମାଲିକ ସଂଘ ର ଅର୍ଧ ବାର୍ଷିକ ଉସ୍ଛବ ପାଳନ ପାଇଁ ପ୍ରସ୍ତୁତି ବୈଠକ ସଭାପତି ଦିଲ୍ଲୀପ କୁମାର ସାମନ୍ତରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇସାରିଛି। କୋଭିଡ଼ ପରବର୍ତ୍ତୀ ପ୍ରଥମ ବୈଠକ ହୋଇ ଥିବାରୁ ଅର୍ଧାଧିକ ସଭ୍ୟ ଉପସ୍ଥିତ ଥିଲେ, ଦଣ୍ଡନାଚ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରୁ କଟକଣା ଉଠାଇ ଦେଇଥିବାରୁ ଗଂଜାମ ଜିଲ୍ଲାପାଳ ଙ୍କୁ ସଂଘ ସଂପାଦକ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ସଂଘ ତରଫରୁ କୃତଜ୍ଞତା ଜ୍ଞାପନ କରିଥିଲେ। ଆସନ୍ତା ଜୁନ ମାସରେ ସଂଘର ଅର୍ଧବାର୍ଷିକ ଉସ୍ଛବ ମାସ ଶେଷ ସପ୍ତାହରେ ପାଳନ କରିବାକୁ ସ୍ଥିର କରାଗଲା।ଏଥିରେ ଓଡ଼ିଶା ର ସମସ୍ତ ମାଲିକ ଉପସ୍ଥିତ ରହିବାକୁ ସଂପାଦକ ଅନୁରୋଧ କରିଥିଲେ।ଏହି ବୈଠକରେ ସତ୍ୟନାରାୟଣ ଆଚାରୀ,ଭିମରାଜ ପାତ୍ର,ବିରେନ ପାଢ଼ୀ, ମନୋଜ ବରଡ଼,ଲମ୍ବୋଦର ଦାଶ,ଯୋଗେନ୍ଦ୍ର ପ୍ରଧାନ, ପ୍ରତାପ ରଂଜନ ସାହୁ, ବିଶେସ୍ୱର ସାହୁ,ଧନୁ ବେହେରା,ସରୋଜ ମହାନ୍ତି,
ସନ୍ତୋଷ ବେହେରାଙ୍କ ସହିତ ଅନେକ ସଭ୍ୟ ଉପସ୍ଥିତ ଥିଲେ ,ଶେଷରେ ଉପ ସଭାପତି ଧ୍ରୁବ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.