ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚୁଡାନ୍ତ : CEO

add-all

ଭୁବନେଶ୍ବର, ୨୯।୫ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚୁଡାନ୍ତ ହୋଇଛି। ବୁଥ ମୁହାଁ ପୋଲିଂ ଅଫିସର ହୋଇଛନ୍ତି। ୧୨୨୮ ପୋଲିଂ ଅଫିସର ନିଯୁକ୍ତ ହୋଇଛନ୍ତି ।ଆଇଶୃଙ୍ଖଳା ପାଇଁ ଏକ ହଜାର ପୋଲିସ କର୍ମଚାରୀ ମୁତୟନ ହୋଇଥିବା ବେଳେ ୩ କମ୍ପାନି ସେଣ୍ଟ୍ରାଲ ଆର୍ମ ଫୋର୍ସ ମୃତୟନ ହୋଇଛନ୍ତି। ୨୧୪୮୭୮ ମତଦାତା ମତଦାନ କରିବେ।

୨୭୯ ବୁଥରେ ମତଦାନ ହେବ। ସେଥିମଧ୍ୟରୁ ୨୨ ଟି ନୂଆ ବୁଥ ହୋଇଛି। ୬୦ ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି। ଏହି ବୁଥ ଗୁଡିକରେ ମାଇକ୍ରୋଅବଜରଭର, ସେଣ୍ଟ୍ରାଲ ଫୋର୍ସ ରହିବେ।

ଝାରସୁଗୁଡା ଇଂଜିନିୟରିଂ କଲେଜରେ ଷ୍ଟ୍ରଙ୍ଗରୁମ୍ କରାଯାଇଛି। ୩୦ ଟି ମଡେଲ ପୋଲିଂ ବୁଥ ଓ ୫ଟି ପିଙ୍କ ବୁଥ ହୋଇଛି। ୩୧୨ ଜଣ ବାଲଟ ପେପରରେ ଭୋଟ ଦେଇଛନ୍ତି । କୋଭିଡ ନଥିଲେ ବି ନିୟମ ମାନିବାକୁ କୁହାଯାଇଛି। ମାସ୍କ, ସାନିଟାଇଜର ରଖାଯିବ ଗ୍ରୀଷ୍ମ ପ୍ରବାହ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ନିର୍ବାଚନ ମଣ୍ଡଳୀ ବାହାର ଲୋକ ରହିବେ ନାହିଁ। ହୋଟେଲ, ଲଜ ସବୁ ଚେକିଂ କରାଯିବ ।ଯିଏ ଉଲଙ୍ଘନ କରିବ ଦୃଢ କାର୍ଯ୍ୟାନୁଷ୍ଠାନ ହେବ। ମତଦାନ ର ୪୮ ଘଣ୍ଟା ପୂର୍ବରୁ ମଦ ଦୋକାନ ବନ୍ଦ ରହିବ।୧୨ ଟି ବିକଳ୍ପ ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବେ।୧୯୫୦ ଟୋଲଫ୍ରି ନମ୍ବର ରହିଛି । ସୂଚନା ପାଇଁସବୁ ବୁଥରେ ଭୋଟର ସହାୟତା କେନ୍ଦ୍ର ଖୋଲାଯାଇଛି। ଭିନ୍ନକ୍ଷମ ବ୍ୟକ୍ତି ଙ୍କୁ ଘରୁ ଆଣିବା ପାଇଁ ସ୍ବତନ୍ତ୍ର ଗାଡି ବ୍ୟବସ୍ଥା କରାଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.