ଦାରିଙ୍ଗବାଡ଼ିରେ ପ୍ରଥମ କରି କିନ୍ନର ପାଳିଲେ ସାବିତ୍ରୀ ବ୍ରତ

add-all

ଦାରିଙ୍ଗବାଡ଼ି (୩୦/୫) : ଦାରିଙ୍ଗବାଡ଼ିରେ ପ୍ରଥମ ଥର କିନ୍ନର ମାନଙ୍କ ପକ୍ଷରୁ କିନ୍ନର ନମିତା ପରିଡ଼ା (ମାଆ) ଙ୍କ ନେତୃତ୍ବରେ ଅଞ୍ଚଳ କେତେକ କିନ୍ନର ଏକତ୍ରିତ ହୋଇ ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ଦାରିଙ୍ଗବାଡ଼ି ଶିବ ମନ୍ଦିର ନିକଟରେ ଥିବା ବରଗଛକୁ ପୂଜାର୍ଚ୍ଚନା କରିବା ସହ ବ୍ରତ ପାଳନ କରିଛନ୍ତି କିନ୍ନର ମାନେ। ହିନ୍ଦୁ ପରମ୍ପରା ଅନୁଯାୟୀ, ଧୂପ ଦୀପ ନୈବେଦ୍ୟ କରି ସାବିତ୍ରୀ ବ୍ରତ ଅବସରରେ ନିଜର ଗୁରୁଙ୍କ ଦୀର୍ଘାୟୁ କାମନା କରିଛନ୍ତି। କେବଳ ଗୁରୁ ନୁହନ୍ତି ସମସ୍ତ ପୁରୁଷ ସମାଜଙ୍କ ପାଇଁ କିନ୍ନର ମାନେ ଦୀର୍ଘାୟୁ କାମନା କରିଥିବା କହିଛନ୍ତି ସେମାନେ। ଉଲ୍ଲେଖଯୋଗ୍ୟ, ସାବିତ୍ରୀ ବ୍ରତ ଓଡ଼ିଶାର ସଧବା ନାରୀମାନଙ୍କ ଦ୍ୱାରା ପାଳିତ ହେଉଥିବା ଏକ ଓଷା । ସାବିତ୍ରୀ ଅମାବାସ୍ୟା ଦିନ ସଧବା ମହିଳା ମାନେ ନିଜ ନିଜ ସ୍ୱାମୀଙ୍କର ଦୀର୍ଘ ଆୟୁଷ ନିମନ୍ତେ ସେମାନଙ୍କର ମଙ୍ଗଳ ମନାସି ଥାନ୍ତି । ଏଥିସହିତ କିମ୍ବଦନ୍ତୀ ଅନୁଯାୟୀ ସଧବା ନାରୀ ମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ ଏ ଓଷା ପାଳନ କରିଥାନ୍ତି।

ad-week
Leave A Reply

Your email address will not be published.