ରଥ ଚକାରେ ଫାଟ, କ୍ଲାମ୍ପ ଓ ନଟବୋଲ୍ଟ ଫିଟିଂ କରାଯାଇ ହେବ ମରାମତି

add-all

ପୁରୀ: କଞ୍ଚା କାଠ ଓ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରଥ ଚକାରେ ଫାଟ। କ୍ଲାମ୍ପ ଓ ନଟବୋଲ୍ଟ ଫିଟିଂ କରାଯାଇ ମରାମତି କରାଯିବ। ତେବେ ଏହା କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି କହିଛନ୍ତି ତାଳଧ୍ଵଜ ରଥ ମୁଖ୍ୟ ବିଶ୍ଵକର୍ମା ନରସିଂହ ମହାପାତ୍ର।

ସୂଚନାନୁଯାୟୀ, ରଥଯାତ୍ରା ପାଇଁ ନିର୍ମାଣ ହୋଇଥିବା ତିନି ରଥର ଚକରେ ଫାଟ ସୃଷ୍ଟି ହୋଇଥିଲା। ଯାହା ଫଳରେ ଏକ ତିନି ଜଣିଆ ଟିମ୍ ରଥ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ୱର୍କ୍ସ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଅଜିତ୍ ମହାପାତ୍ର, ସହକାରୀ ଯନ୍ତ୍ରୀ ଜଗନ୍ନାଥ ମିଶ୍ର ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁକଦେବ ସାହୁ ତିନି ରଥର ଚାଲିଥିବା ନିର୍ମାଣ କାର୍ଯ୍ୟର ଯାଞ୍ଚ୍ କରିଛନ୍ତି। କଞ୍ଚା କାଠ ଓ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଚକରେ ଫାଟ ହୋଇଥିବା କହିଛନ୍ତି। ତେବେ କ୍ଲାମ୍ପ ଓ ନଟବୋଲ୍ଟ ଫିଟିଂ କରାଯାଇ ଫାଟ ମରାମତି କରାଯିବ। ଏହାଦ୍ଵାରା କୌଣସି ସମସ୍ୟା ହେବ ନାହିଁ ବୋଲି ତାଳଧ୍ଵଜ ରଥର ମୁଖ୍ୟ ବିଶ୍ଵକର୍ମା କହିଛନ୍ତି।

ad-week
Leave A Reply

Your email address will not be published.