ଗାଧୋଇବା ବେଳେ ଟାଣି ନେଲା କୁମ୍ଭୀର, ସଂଘର୍ଷ କରି ଜୀବନ ବଞ୍ଚାଇଲେ ନାବାଳକ

add-all

ପଟ୍ଟାମୁଣ୍ଡାଇ: କୁମ୍ଭୀର ମୁହଁରୁ ସଂଘର୍ଷ କରି ବର୍ତ୍ତିଲେ ନାବାଳକ। ଏହି ଘଟଣା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ କଥାଟି ସତ୍ୟ । ନାବାଳକର ସାହାସିକତା ଯୋଗୁ କୁମ୍ଭୀର ସହିତ ଲଢ଼େଇ କରି ଜୀବନ ବଞ୍ଚେଇଇବା ଘଟଣା କେନ୍ଦ୍ରପଡା ଅଞ୍ଚଳରେ ଚ।ଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବଲୁରିଆ ଅରାଜି ଗାଁ ନିକଟ କାଣି ନଦୀର ଗାଧେଇବା ବେଳେ ପ୍ରାୟ ୧୦ଫୁଟ ଲମ୍ବର କୁମ୍ଭୀର ଟାଣି ନେଇଥିଲା ଓମ ପ୍ରକାଶ ସାହୁଙ୍କୁ।

ଓମ ଭୟ ନକରି ମଣିଷ ଖିଆ କୁମ୍ଭୀର ସହିତ ଦୃଢ ମୁକାବିଲା କରି ପ୍ରତି ଆକ୍ରମଣ କରିବାଦ୍ୱାର କୁମ୍ଭୀର ଛାଡି ଚାଲି ଯାଇଥିଲା । କୁମ୍ଭୀର ଓ ଓମ ମଧ୍ୟରେ ଦୁଇ ତିନି ମିନିଟ ଧରି ଘମାଘୋଟ ଲଢ଼େଇ ହୋଇଥିଲା ଶେଷରେ ହାର ମାନି ଥିଲା ଶିକାରୀ କୁମ୍ଭୀର ଏବଂ ଜୀବନ ବଞ୍ଚାଇ ଥିଲେ ଓମ । ନିକଟରେ ସାଙ୍ଗ ସାଥି ମାନେ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ସ୍ଥାନୀୟ ମେଡିକାଲ ନେଇଥିଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

କେନ୍ଦ୍ରାପଡା ଜିଲ୍ଲା ଭିତରକନିକା ଜାତୀୟ ଉଦ୍ୟାନ ପାର୍ଶ୍ୱ ବର୍ତ୍ତି ରାଜନଗର,ମହାକାଳପଡ଼ା, ପଟ୍ଟାମୁଣ୍ଡାଇ, ଅଳି, ରାଜକନିକା ନଦୀ ନାଳରେ କୁମ୍ଭୀର ମାନଙ୍କ ବଂଶ ବୃଦ୍ଧି ପାଉଛି ଯାହାଫଳରେ ନଦୀ ନାଳ ଗୁଡି଼କ ଉପରେ ନିର୍ଭର କରି ଚାଲୁଥିବା ଗାଁ ଗୁଡିକରେ କୁମ୍ଭୀର ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି ।

ad-week
Leave A Reply

Your email address will not be published.