ପ୍ରକାଶ ପାଇଲା ‘୨୦୨୧ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ:ଓଡ଼ିଶା ଟପ୍ପର ହେଲେ କାର୍ତ୍ତିକ ପାଣିଗ୍ରାହୀ

add-all

ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ‘କେନ୍ଦ୍ରୀୟ ଲୋକସେବା ଆୟୋଗ’ଦ୍ବାରା ଆୟୋଜିତ ‘୨୦୨୧ ସିଭିଲ୍ ସର୍ଭିସ୍ ପରୀକ୍ଷା’ର ଲିଖିତ ଫଳାଫଳ । ସର୍ବଭାରତୀୟ ସ୍ତରରେ ଶ୍ରୁତି ଶର୍ମା ତାଲିକାର ପ୍ରଥମରେ ରହି ଟପର୍ ହୋଇଥିବା ବେଳେ କାର୍ତ୍ତିକ୍ ପାଣିଗ୍ରାହୀ ସର୍ବ ଭାରତୀୟ ସ୍ତରରେ ୬୩ ରାଙ୍କ ହାସଲ କରି ଓଡ଼ିଶା ଟପ୍ପର ହୋଇଛନ୍ତି ।

ସେହିପରି ସର୍ବଭାରତୀୟସ୍ତରରେ ୨ୟ ସ୍ଥାନରେ ଅଙ୍କିତା ଅଗ୍ରୱାଲ, ୩ୟ ସ୍ଥାନରେ ଗାମିନୀ ସିଙ୍ଗ୍‌ଲା ଓ ୪ର୍ଥ ସ୍ଥାନରେ ଐଶ୍ବର‌୍ୟ୍ୟା ବର୍ମା ରହିଛନ୍ତି। ଓଡିଶା ଟପ୍ପରରେ ମଧ୍ୟ ୮୬ ତମ ରାଙ୍କରେ ସୁନ୍ଦରଗଡ଼ର ଗୌରଭ ଅଗ୍ରୱାଲ, ପୂଜା ସାହୁ(୧୯୯), ବିଶ୍ୱ ବିଶୃତ ତ୍ରିପାଠୀ(୨୩୨), ସମୀର କୁମାର ଜେନା(୨୭୩), ସୌମ୍ୟରଞ୍ଜନ ପ୍ରଧାନ (୩୦୬), ହର୍ଷିତ ମେହେର (୩୭୬), ମାନସରଞ୍ଜନ ସାହୁ (୫୧୩) ତମ ସ୍ଥାନରେ ରହିଛନ୍ତି ।

ଓଡ଼ିଶା ଟପ୍ପର କାର୍ତ୍ତିକ୍ ପାଣିଗ୍ରାହୀ ନିଯୁକ୍ତି ପାଇଲା ପରେ ପାଣିପାଗ ପରିବର୍ତ୍ତନ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଉପରେ କାମ କରିବାର ଆଶା ରଖିଛନ୍ତି ବୋଲି କହିଛନ୍ତି ।

ad-week
Leave A Reply

Your email address will not be published.