ନାବାଳକକୁ ବଳି ଦେଇଥିବା ତାନ୍ତ୍ରିକକୁ ଆଜୀବନ କାରାଦଣ୍ଡାଦେଶ

add-all

ଯାଜପୁର: ଯାଜପୁର ଜିଲ୍ଲା ଅତିରିକ୍ତ ଜିଲା ଦୌରାଜଜଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ନାବାଳକକୁ ବଳି ଦେଇ ହତ୍ୟା କରିଥିବା ତାନ୍ତ୍ରିକକୁ ଆଜୀବନ କାରାଦଣ୍ଡାଦେଶ ସହିତ ୩୫ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ରାୟ ଶୁଣାଇଲେ ମାନ୍ୟବର ଅଦାଲତ। ଗତ ୨୦୧୫ ମସିହା ଫେବ୍ରୁଆରୀ ୨୬ ତାରିଖ ଦିନ କୁଆଖିଆ ଥାନା ରାଜେନ୍ଦ୍ରପୁର ଗାଁ ପୋଖରୀ ରୁ ନାବାଳକ ଅଭିଷେକ ନାୟକଙ୍କ ମୃତ ଦେହ ଉଦ୍ଧାର କରଯାଇଥିଲା।

ଏହି ଘଟଣା ରେ ତନ୍ତ୍ର ସାଧନା କରୁଥିବା ଦୀପକ ନାୟକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତଦନ୍ତ ସମୟରେ ତାନ୍ତ୍ରିକ ଦୀପକ ଅଭିଷେକକୁ ଅପହରଣ କରି ନେଇ ବିଳମ୍ବିତ ରାତିରେ ବଳି ଦେଇ ହତ୍ୟା କରିବା ପରେ ତାକୁ ପୋଖରୀରେ ଫିଙ୍ଗିଦେଇଥିବା ଜଣାପଡିଥିଲା।

ତେବେ ଆଜି ଏହି ଘଟଣାରେ ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ୨୪ ଜଣ ସାକ୍ଷୀଙ୍କ ଆଧାରରେ ଆସାମୀ ଦୀପକ ବାରିକକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହ ଦୋଷୀଙ୍କୁ ୩୫ ହଜାର ଟଙ୍କା ଜରିମାନା ସହ ଅନାଦେୟ ଅତିରିକ୍ତ ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ।

ad-week
Leave A Reply

Your email address will not be published.