ବିଶ୍ୱ ତମାଖୁ ବର୍ଜନ ଦିବସ: ଖୋର୍ଦ୍ଧାକୁ ମିଳିଲା ଶ୍ରେଷ୍ଠ ଜିଲ୍ଲା ପୁରସ୍କାର

add-all

ଖୋର୍ଦ୍ଧା: ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଭୁବନେଶ୍ୱର ଜୟଦେବ ଭବନ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓଡ଼ିଶା ଡିଜିପି ସୁନୀଲ ବଂଶଲଙ୍କ ଠାରୁ ଉକ୍ତ ପୁରସ୍କାର ଖୋର୍ଦ୍ଧା ଜିଲ୍ଲା ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଗ୍ରହଣ କରିଛନ୍ତି।

ସୂଚନା ଥାଉକି ‘ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ'(ଏନଟିସିପି) କୁ ସଫଳତାର ସହ ଭାବେ ଲାଗୁ କରି ସାରା ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲା ଶ୍ରେଷ୍ଠ ଜିଲ୍ଲା ଭାବେ ପରିଗଣିତ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲାକୁ ପୁରସ୍କୃତ କରାଯାଇଛି ଏବଂ ଜିଲ୍ଲା ସିଡ଼ିଏମଓ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ad-week
Leave A Reply

Your email address will not be published.