ଜୁନ ମାସରେ ସ୍ଵାଭାବିକ ଠାରୁ ହୋଇପାରେ ଅଧିକ ବର୍ଷା: ଆଇଏମଡି ନିର୍ଦ୍ଦେଶକ

add-all

ଭୁବନେଶ୍ବର: ଆସନ୍ତା ମାସ ଅର୍ଥାତ ଜୁନ ମାସରେ ରାଜ୍ୟରେ ଭଲ ବର୍ଷା ହେବ। ଏହି ମାସରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ହେବ। ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସଂପୂର୍ଣ୍ଣ ଭାବେ କେରଳ ଛୁଇଁସାରିଛି। ଏହା ଧୀରେ ଧୀରେ କର୍ଣ୍ଣାଟକ, ଆସାମ, ମେଘାଳୟରେ ପ୍ରବେଶ କରୁଛି। ସାଧାରଣତଃ ଜୁନ ୧୨ ତାରିଖରୁ ୧୫ ତାରିଖ ମଧ୍ୟରେ ଓଡିଶାକୁ ମୌସୁମୀ ଛୁଇଁଥାଏ।

ଓଡିଶାର କିଛି ଅଞ୍ଚଳରେ ଅଧିକ ବର୍ଷା ଆକଳନ କରାଯାଉଥିବା ବେଳେ କେନ୍ଦ୍ର ଓଡିଶା ଓ ଉତ୍ତର ଓଡିଶାର କିଛି ଅଞ୍ଚଳରେ କମ ବର୍ଷା ହେବା ସମ୍ଭାବନା ରହିଛି। ଓଡିଶାରେ ମିଶ୍ରିତ ବର୍ଷା ଆକଳନ କରାଯାଉଛି। କିନ୍ତୁ ସମଗ୍ର ଦେଶରେ ୧୦୩ ପ୍ରତିଶତ ବର୍ଷା ସମ୍ଭାବନା ରହିଛି। ମୌସୁମୀ ଜନିତ ବର୍ଷା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.