ସିକପାଟା ଗ୍ରାମରେ “ମା” କୁମାରୀମାରିଆଙ୍କ ସାକ୍ଷାତକାର ପର୍ବ ପାଳନ

add-all

ଦାରିଙ୍ଗବାଡ଼ି, ୩୧/୫, ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତ ଅନ୍ତର୍ଗତ ସିକପାଟା ଗ୍ରାମଠାରେ ମଙ୍ଗଳବାର ଦିନ କ୍ୟାଥଲିକ ଖ୍ରୀଷ୍ଟୀୟ ବିଶ୍ୱାସୀଙ୍କ କୁମାରୀ ମାରିଆଙ୍କ ସାକ୍ଷାତକାର ପର୍ବପାଳନ ହୋଇଯାଇଛି। ବହୁ ବର୍ଷ ଧରି ଏହିଦିନ ଟିକୁ ଗ୍ରାମ୍ୟ ପର୍ବ ଭାବେ ଉକ୍ତ ଗ୍ରାମବାସୀ ପାଳନ କରି ଆସୁଥିବା ବେଳେ କରୋନା କଟକଣା ଯୋଗୁଁ ତିନି ବର୍ଷ ପରେ ଚଳିତ ବର୍ଷ ଅତି ଆଡମ୍ବର ସହିତ ପର୍ବ ପାଳନ ହୋଇଥିଲା । ଏଥିରେ ଦାରିଙ୍ଗବାଡ଼ି ପାରିସର ମୁଖ୍ୟ ଯାଜକ ମୁକୁନ୍ଦଦେବ ବଳିଆରସିଂ ପବିତ୍ର ଦିବ୍ୟ ଯଜ୍ଞରେ ପୋୖରହିତ୍ୟ କରିବା ସହ ସୁସମାଚାର ପଠନ କରି ବାକ୍ୟ ପ୍ରଚାର କରିଥିଲେ । ଯଜ୍ଞର ରିତିକାନ୍ତି ଅନୁଯାୟୀ ଯଜ୍ଞ ଉତ୍ସର୍ଗ ହୋଇଥିବା ବେଳେ ପ୍ରଥମ ପଠନ ରଘୁ ମନ୍ତ୍ରୀ ଏବଂ ଦ୍ଵିତୀୟ ପଠନ ଜନତି ଦିଗାଳ ପାଠ କରିଥିଲେ। ଏହି ଦିବ୍ୟଯଜ୍ଞ କାର୍ଯ୍ୟକ୍ରମକୁ ଗ୍ରାମ୍ୟ ପ୍ରଚାରକ କାମେଲ ମନ୍ତ୍ରୀ ଓ ଜନତି ଦିଗାଳଙ୍କ ନେତୃତ୍ୱରେ ପରିଚାଳନା ହୋଇଥିଲା। ଏଥିରେ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ମନାସୀ ପ୍ରାର୍ଥନା କରିଥିଲେ । ଦିବ୍ୟଯଜ୍ଞରେ ଅକ୍ଷୟ ପରିଚ୍ଛାଙ୍କ ନେତୃତ୍ୱରେ ସଙ୍ଗୀତ ଦଳ ଅତି ସୁନ୍ଦର ସଙ୍ଗୀତ ଗାନ କରି ଭକ୍ତିପୂର୍ଣ ପ୍ରାର୍ଥନା ପରିବେଶ ସୃଷ୍ଟି କରିଥିଲେ । ରତ୍ନାକର ମନ୍ତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ମୁଖ୍ୟ ଯାଜକ ମୁକୁନ୍ଦଦେବ ବଳିଆରସିଂ , ସେବାଭଗ୍ନୀ ଆନିତା, ଗରେତା , ମେରୀ ଏବଂ ଜନସାଧାରଣଙ୍କୁ ସ୍ୱାଗତ କରିବା ସହିତ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସନ୍ଧ୍ୟାରେ ଯୁବକ, ଯୁବତୀ ଓ କୁନି କୁନି ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

ad-week
Leave A Reply

Your email address will not be published.