ବାଣିଜ୍ୟ ବିଭାଗ ତରଫରୁ ବିଦାୟ ସମ୍ବୋଧନ ଉତ୍ସବ ପାଳିତ

add-all

ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ତରଫରୁ ଯୁକ୍ତତିନି ଛାତ୍ର ଛାତ୍ରୀ ଓ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ର ଛାତ୍ରୀ କୁ ଏକ ଆଡମ୍ବର ପୂର୍ଣ୍ଣ ବିଦାୟ ସଭା ମୁଖ୍ୟ ଡ୍ର. ରଞ୍ଜନ କୁମାର ସ୍ୱାଇଁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ଯୋଗଦାନ କରି ଉଜ୍ବଳ ଭବିଷ୍ୟତ ପ୍ରଦାନ କରିବା ସହ ଶୁଭ ଆଶୀର୍ବାଦ କରିଥିଲେ | ସମ୍ମାନିତ ଅତିଥି ରୂପେ ବାଣିଜ୍ୟ ବିଭାଗର ପୂର୍ବତନ ଛାତ୍ର ରବି ରାଜେଶ ଉପସ୍ଥିତ ରହି ସାନ ଭାଇ ଭଉଣୀ ମାନଙ୍କୁ ଉଚ୍ଚ ସପ୍ନ ଦେଖି କଠିନ ପରିଶ୍ରମ ବଳ ରେ ସୁନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ମେଘା ଅଗ୍ରୱାଲ, ଦୀପ୍ତି ରେଖା ମିଶ୍ର, ବି. ଗୁପ୍ତେଶ୍ୱର ରାଓ ଏବଂ ସ୍ନିଗ୍ଧା ସର୍ଦାର ସଫଳ କରିବା ପାଇଁ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ୧୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଭରପୁର ମଜ଼ା ନେଇଥିଲେ | ପ୍ରଥମେ ନୀଳମ ହଳଦର, ସୁମନ ରାଠି, ଭି.ନେହା ରାଜୁ, ଗାୟତ୍ରୀ ପାତ୍ର ଏବଂ ମଞ୍ଜୁ ବେହେରା ସ୍ୱାଗତ ସଂଗୀତ ଆରମ୍ଭ କରିଥିଲା | ପ୍ରଥମେ ବାଣିଜ୍ୟ ବିଭାଗର ଠାକୁର ମା ଲଷ୍ମୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦୀପଜଳନ କରିଥିଲେ | ଏହି ଅବସରରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି ସଭାରେ ନବ ନିଯୁକ୍ତି ପାଇଁ ଥିବା ଅଧି୍ୟାପିକା ଆରତୀ ଲୁଗୁନ କୁ ପୁଷ୍ପ ସହିତ ଉତ୍ତରୀୟ ଦେଇ ସମ୍ବୋଧିତ କରାଯାଇଥିଲା | ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ସୁଧୀର ସାନା, ହରି ଏସ୍ଲାବତ, ଋଷିକେଶ ବେହେରା, ଦର୍ଶନ ଜୈନ, ଶିବା ହୀରା, ରୀଶବ ଜୈନ, ମହାବୀର ଜୈନ, ମନିଷ ଗୋୟଲ, ଶେଖ ସାହା, ଶେଖ ନାଜ଼ୀର, ସୁପ୍ରିୟା ପାଣିଗ୍ରାହୀ, କନିକା ହଳଦାର, ଜଗନ ମହାପାତ୍ର, ଆଦିତ୍ୟ ପାଢ଼ୀ, ଅମିତ ଅଧିକାରୀ, ବିଶାଳ ଜୈନ, ସସ୍ମିତା ଖିଲ, ସଂଯୁକ୍ତା ରିଗମ, କାଭ୍ୟା ମୁର୍ମୁ ଭାଭିଷ୍ୟତରେ କିପରି ମାଲକାନଗିରି ମହାବିଦ୍ୟାଳୟର ନାମକୁ ଉଚ୍ଚରୁ ଉଚ୍ଚତମ କରିବେ ସମସ୍ତେ ଶପଥ କରିଥିଲେ | ସଭା ଶେଷରେ ବି. ଗୁପ୍ତେଶ୍ୱର ରାଓ, ଅଧ୍ୟାପକ ଧନ୍ୟବାଦ ଅର୍ପଣ କରିଥିଲେ |

ad-week
Leave A Reply

Your email address will not be published.