ପଶୁଧନ ନିରକ୍ଷକ ଓ ଉପ ସ୍ୱାସ୍ଥ୍ୟ ଏଲ ଆଇ ସେଣ୍ଟର ପାଇଁ ଗାଁ ଲୋକଙ୍କ ଦାବି…

add-all

ଉମରକୋଟ ଉପଖଣ୍ଡିୟ ସାମ୍ବାଦିକ // ନିସର୍ତ୍ତ

ଉମରକୋଟ // ରାଇଘର : ନବରଙ୍ଗପୁର ଜ଼ିଲ୍ଲା୍ର ରାଇଘର ବ୍ଲକ ଏକ ମାଓ ଅଧୁଷିତ ଅଞ୍ଚଳ ହେଉଥିବା ବେଳେ ଏଠାରେ ୨୬ ଟି ପଞ୍ଚାୟେତର ଜଣସାଧାରଣ, ପଶୁ ସ୍ୱାସ୍ଥ୍ୟକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାର ଦେଖିବାକୁ ମିଳିଥାଏ, ରାଇଘର ବ୍ଲକ ରେ ପାଞ୍ଚଟି ପଞ୍ଚାୟେତ କୁ ନେଇ ଗୋଟିଏ ଲେଖାଏଁ ଏଲ ଆଇ କାର୍ଯ୍ୟରତ ଥିବା ଯୋଗୁ ପଶୁ ପକ୍ଷୀ ମାନେ ଉପଯୁକ୍ତ ସେବାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି, ଏଲ ଆଇ ମାନେ ବହୁତ କଷ୍ଟରେ ସେମାନଙ୍କୁ ଡିଉଟି କରୁଛିନ୍ତି, ଯାହାକି ଅତି ଜରୁରୀ କାଳୀନ ସେବା ଯୋଗାଇ ବାରେ କଷ୍ଟ ସାଧ୍ୟ ମଧ୍ୟ l ଉପଯୁକ୍ତ ସେବା ନପାଇ କିଛି ଜୀବ ଜନ୍ତୁ ମରିଯିବା ର ବି ଦୃଷ୍ଟାନ୍ତ ରହିଛି l ରାଇଘର ବ୍ଲକର ଭାରଣ ଠାରେ ଏକ ଭି, ଡି ସେଣ୍ଟର ଅଛି କିନ୍ତୁ ସେଠି ବହୁ ବର୍ଷ ହେଲା ଡାକ୍ତର ନାହାନ୍ତି, ଏହି ବ୍ଲକର ଲୋକମାନେ ଚାଷ କାମ ସହିତ ଦୁଗ୍ଧ ଉତ୍ପାଦନ କରିବା ପାଇଁ ଅନ୍ୟ ପଡୋଶୀ ରାଜ୍ୟରୁ ଚଢା ଦାମରେ ଗାଈ କିଣି ଆଣନ୍ତି ଏବଂ ଦୁଗ୍ଧ ଉତ୍ପାଦନ କରି ନିଜର ଜୀବିକା ନିର୍ବାହ କରନ୍ତି, ଏହି ସବୁ ଗାଈ ଗୁଡ଼ିକର ସ୍ୱାସ୍ଥ୍ୟ ଖରାପ ହେଲେ ପଶୁ ଚିକିତ୍ସାଲୟ ନେବା ପାଇଁ ଓ ଉପଯୁକ୍ତ ଡାକ୍ତର ଦେଖାଇବାକୁ ସୁଯୋଗ ନାହିଁ ଯାହାଫଳରେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି, ଏହି କୁରାବେଡ଼ା ପଞ୍ଚାୟେତରେ ପଶୁଧନର ପିଂଜିରା ଅଛି କିନ୍ତୁ ଏଲ ଆଇ ମାନେ ଠିକ ସମୟରେ ସେମାନଙ୍କୁ ଦାୟୀତ୍ୱ ତୁଲାଇ ପାରୁ ନାହାନ୍ତି, ଏଠି ଗୋଟିଏ ଉପ ସ୍ୱାସ୍ଥ୍ୟ ପଶୁଧନ ନିରୀକ୍ଷକ ଏଲ ଆଇ ନିଯୁକ୍ତି ଦେବା ପାଇଁ କୁରାବେଡ଼ା, ସୋନପୁର,ରେଙ୍ଗାଭାଟି କଳିଆପଦର, କୁବଡ଼ାଡ଼ିହି, ଟାହାକାପାରା ଗାଁର ବୁଦ୍ଧିଜୀବୀ ଓ ସାଧାରଣ ମାନେ ଦାବି କରି ଆସୁଛନ୍ତି , ଏଥି ପ୍ରତି ଜିଲ୍ଲା ପ୍ରଶାସନ ଓ ପଶୁଧନ ନିରୀକ୍ଷକ ଏଥି ପ୍ରତି ସତନ୍ତ୍ର ଦୃଷ୍ଟି ଦେଲେ ଏହି କୁଡ଼ାବେଡ଼ା ପଞ୍ଚୟେତବାସୀ ଉପକୃତ ହେବା ସହିତ ପଶୁ ପକ୍ଷୀ ମାନେ ଉପଯୁକ୍ତ ସେବା ପାଇଁ ପାରନ୍ତେ ବୋଲି ଅଞ୍ଚଳ ବାସି ଦାବି ଜଣାଇ ଛନ୍ତି

ad-week
Leave A Reply

Your email address will not be published.