
ଭୁବନେଶ୍ବର: ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲାରେ ଇଡିରେ ହାଜର ହେଲେ ପ୍ରଭାତ ତ୍ରିପାଠୀ । ବାଙ୍କିର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । ଅର୍ଥତତ୍ତ୍ବ ଚିଟଫଣ୍ଡ ସଂସ୍ଥାରୁ ଆସିଥିବା ବେଆଇନ ଆର୍ଥିକ କାରବାର ନେଇ ଇଡି ଜେରା କରୁଛି । ଜେରା ପାଇଁ ପୂର୍ବରୁ ପୂର୍ବତନ ବିଧାୟକଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ୍ ଜାରି କରିଥିଲା ।