ବର୍ଷାଙ୍କୁ ଅସମ୍ମାନଜନକ ଟୀପଣି ମାମଲା: ଫେସବୁକ୍‌କୁ ତଥ୍ୟ ମାଗିଲା ପୁଲିସ

Independence

କଟକ: ସୋସିଆଲ ମିଡିଆରେ ବର୍ଷାଙ୍କୁ ଅସମ୍ମାନଜନକ ଟୀପଣି ଦେବା ଅଭିଯୋଗ ମାମଲାରେ ଫେସବୁକକୁ ଚିଠି ଲେଖି ତଥ୍ୟ ମାଗିଲା କଟକ ସାଇବର ଥାନା ପୁଲିସ। ଅନୁଭବ ମହାନ୍ତି ରିଅଲ ହିରୋ ଅଫ କେନ୍ଦ୍ରାପଡ଼ା ନାମକ ଏକ ଫେସବୁକ ଆକାଉଣ୍ଟରୁ ବିଭିନ୍ନ ଅସମ୍ମାନ ଜନକ ଟୀପଣି ଦିଆଯାଉଥିବା ନେଇ ସାଇବର ଥାନାରେ ବର୍ଷା ଅଭିଯୋଗ କରିଥିଲେ।

ଏହି ଫେସବୁକ ଆକାଉଣ୍ଟ କେଉଁଠାରୁ ଆଉ କିଏ ଏହାକୁ ଅପରେଟ କରୁଛି ସେ ନେଇ ଜାଣିବା ପାଇଁ କଟକ ସାଇବର ଥାନା ପୁଲିସ ଫେସବୁକକୁ ଚିଠି ଲେଖିଥିବା ଜଣାପଡ଼ିଛି। ତଥ୍ୟ ପାଇବା ପରେ ଆକାଉଣ୍ଟଧାରୀକୁ ଧରିବାକୁ ପୁଲିସ ପଦେକ୍ଷପ ନେବ ବୋଲି ଜଣାପଡ଼ିଛି।

ad-week
Leave A Reply

Your email address will not be published.