
ହିଞ୍ଜିଳିକାଟୁ (୩।୬) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସରକାରୀ ଵୃନ୍ଦାବନ ବିଦ୍ୟାଳୟ ଭାରତ ସ୍କାଉଟ ଓ ଗାଇଡ ତରଫରୁ ଶୁକ୍ରବାର ବିଶ୍ବ ସାଇକେଲ ଦିବସ ପାଳନ ହୋଇଯାଇଛି। ଵିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍କାଉଟ ଶିକ୍ଷକ ଲାଲମୋହନ ସାହୁ ଓ କ୍ୟାପଟେନ୍ ଗାଇଡ ଭାରତୀ ଚୌଧୁରୀ ବିଦ୍ୟାଳୟ ର ସମର ଶିକ୍ଷାର୍ଥୀ ବାହିନୀ ଓ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସାଇକେଲରେ ଫ୍ଳାକାର୍ଡ ଲଗାଇ ହିଞ୍ଜିଳିକାଟୁ ସହରପରିକ୍ରମା କରିଥିଲେ। ହିଞ୍ଜିଳିକାଟୁ ସରକାରୀ ବ୍ରୁନ୍ଦାବନ ଵିଦ୍ୟାଳୟ ପରିଷରରୁ ବିଦ୍ୟାଳୟ ର ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ନେଈ ଏକ ସଚେତନତା ରାଲି ଵାହାରି ହାତରେ ଛାତ୍ର ଛାତ୍ରୀ ମାନେ ଫ୍ଳା କାର୍ଡ ,ବ୍ୟାନେର ଓ ଲିଫଲେଟ ଧରି ସାଇକେଲ ବ୍ୟବହାର କରିବାକୁ ଜନ ସଚେତନତା କରାଇଥିଲେ । ସ୍କାଉଟ ଓ ଗାଇଡ ର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସ୍ଲୋଗାନ ଦେଇ ହିଞ୍ଜିଳି, ପାଟଣାସାହି, କଲେଜରୋଡ, ବସଷ୍ଟାଣ୍ଡ ଦେଇ ଵିଜୁପଟ୍ଟନାୟକ ଛକ, ପରିଵାଵଜାର ଦେଈସଚେତନତା କରାଈ ଵିଦ୍ୟାଳୟରେ ପହଂଚିଥଲେ ।ବିଦ୍ୟାଳୟ ଠାରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀ ସମସ୍ତ ଙ୍କୁସାଇକେଲ ଚାଳନାର ଉପାଦେୟତା ବିଷୟରେ କହିଥିଲେ ଓ ସମସ୍ତ ଵର୍ଗ ସାଇକେଲ ଚଳାଇବା ନିମନ୍ତେ କହିଥିଲେ । ବିଦ୍ୟାଳୟର ଶିକ୍ଷକ ଅଖିଳ ପଣ୍ଡା, ମଧୁସୂଦନ ପଣ୍ଡା ଙ୍କ ସହସମସ୍ତସମର ଶିକ୍ଷାର୍ଥୀ ବାହିନୀ ଓ ଛାତ୍ର ଛାତ୍ରୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।