
ଦାରିଙ୍ଗବାଡ଼ି,୩/୬ : ଦାରିଙ୍ଗବାଡ଼ି ବ୍ଳକ ଭ୍ରମରବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାସକୁଆ ଓ ବ୍ରାହାସାଲକା ଗ୍ରାମରେ ଆଜି ବର୍ଷା ପବନରେ ଗଛ ଭାଙ୍ଗି ଭ୍ରମରବାଡ଼ି ପଞ୍ଚାୟତ ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି । ଏହା ଫଳରେ ଭ୍ରମରବାଡ଼ି ପଞ୍ଚାୟତର ଅନେକ ଗ୍ରାମକୁ ଗମନାଗମନ ବିଚ୍ଛିନ୍ନ ହୋଇଥିବା ଅଭିଯୋଗ ହୋଇଛି । ଏହା ସହିତ ଅନେକ ପରିବାରର ଘରର ଚାଳ ବା ଛପର ଉଡ଼ାଇ ଘରର ଆସବାପତ୍ର ନଷ୍ଟ ହୋଇଥିବା ସୂଚନାରୁ ଜଣା ପଡ଼ିଛି। ସେହି ପରି ବ୍ରାହ୍ମଣୀଗାଁରେ କାଳ ବୈଶାଖୀ ପ୍ରଭାବରେ ଦାସ କ୍ଲିନିକ ସହିତ ତାଜା ତାଉଆ ଚମିନ ସେଣ୍ଟରର ଛପର ଉଡେଇ ନେଇଥିବା ଖବର ହସ୍ତଗତ ହୋଇଛି।