
ଚିକିଟି : ଶିକ୍ଷା ବ୍ୟବସ୍ଥା ର ଉନ୍ନତି ସାଙ୍ଗକୁ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ କରିବା ସହିତ ବିଦ୍ୟାଳୟ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦିଆଯାଇଛି।ଏହି କ୍ରମରେ ସ୍କୁଲ ମାନଙ୍କୁ ୫ଟି ରେ ରୂପାନ୍ତରିତ କରାଯାଇ ଇ-ପାଠାଗାର,ସ୍ମାର୍ଟ ଶ୍ରେଣୀଗୃହ,ଆଧୁନିକ ବିଜ୍ଞାନା ଗାର,ସ୍ୱାସ୍ଥ୍ୟକର ଓ ସ୍ଵଛ ଶୌଚାଳୟ, ନିରାପଦ ଏବଂ ବିଶୁଦ୍ଧ ପାନୀୟ ଜଳ,ବଗିଚା, ଖେଳ ପଡ଼ିଆ ଆଦି ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଛି।ଏହି ମର୍ମ ରେ ଆଜି ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକର ୯ ଗୋଟି ୫ଟି ରୂପାନ୍ତରିତ ବିଦ୍ୟାଳୟ ଭର୍ଚୁଆଲ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି।ପ୍ରଥମ ପର୍ଯ୍ୟାୟରେ ୩ଟି ବିଦ୍ୟାଳୟ କୁ ୫ଟି ରେ ରୂପାନ୍ତରିତ କରାଯାଇଥିବା ବେଳେ ଦିତୀୟ ପର୍ଯ୍ୟାୟ ରେ ୯ଟି ବିଦ୍ୟାଳୟ କୁ ୫ଟି ରେ ରୂପାନ୍ତରିତ କରି ଭିତିଭୁମି ର ବିକାଶ କରାଯାଇଛି।ବ୍ଲକ ର ୯ଟି ହାଇସ୍କୁଲ ଯଥା ମାଧବନ୍ଧ ଉତ୍କଳମଣି ହାଇସ୍କୁଲ, ରମ୍ପା, ସୁବାଣୀ, ଝାଟିପଦର, ଗିରିସୋଲା, ନୂଆପଡା, କଳବାଡ଼, କୋଟଲିଙ୍ଗୀ, ଚିକିଟି ଗଡ଼ ସ୍ଥିତ ସର୍ଵ ପୁରାତନ ରାଜକବି ରାଧାମୋହନ ଵିଦ୍ୟାପୀଠ ଭଳି ହାଇସ୍କୁଲ ଅନ୍ତର୍ଭୁକ୍ତ ରହିଛି।ଏ ନେଇ ଛାତ୍ରଛାତ୍ରୀ/ଅଭିଭାବକ/ଶିକ୍ଷକ ଶିକ୍ଷୟିତ୍ରୀ ସମେତ ଅଞ୍ଚଳ ବାସୀ ବେସ ଖୁସି ରହିଥିବା ଜଣା ଯାଉଛି।ଶୁକ୍ରବାର ସନ୍ଧ୍ୟାରେ ଚିକିଟି ଗଡ଼ ସ୍ଥିତ ରାଜକବି ରାଧାମୋହନ ଵିଦ୍ୟାପୀଠ ପରିସରରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବ ରେ ଚିକିଟି ତହସିଲଦାର ବିଶ୍ୱ ରଞ୍ଜନ କହଁର, ଅତିରିକ୍ତ ତହସିଲଦାର କୁଲଦୀପ କୁମାର,ଚିକିଟି ବିଜ୍ଞାପିତ ଅଞ୍ଚଳ ଅଧକ୍ଷା ଦୀପା କୁମାରୀ ସାହୁ, ରାଜସ୍ୱ ନିରୀକ୍ଷକ ବଳରାମ ପ୍ରଧାନ, ବ୍ଲକ ସହକାରୀ ଯନ୍ତ୍ରୀ ମନ୍ଦାକିନୀ ପାଢ଼ୀ, ଵିଦ୍ୟାପୀଠ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସାହୁ ଙ୍କ ସମେତ ଛାତ୍ର ଛାତ୍ରୀ, ନିଜସ୍ଖଲ ଓ ଅନ୍ୟାନ୍ୟ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ, ଲୋକାର୍ପିତ କାର୍ଯ୍ୟକ୍ରମ ରେ ଉପସ୍ଥିତି ହୋଇଥିଲେ।