ଯୁବକଙ୍କୁ ହାଣି ରାସ୍ତାକଡ଼ରେ ପିଙ୍ଗିଦେଲେ

add-all

ବାଲେଶ୍ୱର: ବାଲେଶ୍ୱର ଜିଲା ଚାନ୍ଦିପୁର ରାସ୍ତା ଗଛମାଳିଆ ଛକରେ ଶୁକ୍ରବାର ରାତିରେ କିଛି ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ରାସ୍ତାକଡ଼ରେ ଫିଙ୍ଗି ଦେଇଛନ୍ତି। ମୃତକ ଜଣକ ହେଲେ ସୁନାହାଟ ଅଞ୍ଚଳର ବାପୁନୁ ଓରଫ ସତ୍ୟବ୍ରତ ଦାସ।

ସୂଚନାଯୋଗ୍ୟ, ଦୁର୍ବୃତ୍ତମାନେ ତାଙ୍କ ମୁହଁ, ହାତ ଏବଂ ଦେହର ବିଭିନ୍ନ ସ୍ଥାନକୁ ମାରଣାସ୍ତ୍ରରେ ହାଣି ଦେଇଥିବା ଜଣାପଡିଛି। ଏଥିସହ ତାଙ୍କୁ ଉଲଗ୍ନ କରି ଦିଆଯାଇଛି। ଘଟଣାସ୍ଥଳରେ ନମ୍ବର ପ୍ଲେଟ ନ ଥିବା ଏକ ସିଡି ଡିଲକ୍ସ ବାଇକ୍‌ ଏବଂ ଏକ ଭୁଜାଲି ଖୋଳ ଓ ମାରଣାସ୍ତ୍ରର ବେଣ୍ଟ ପଡିଥିବା ଦେଖିବାକୁ ମିଳିଛି । କିଏ ଓ କାହିଁକି ତାଙ୍କୁ ହତ୍ୟା କରିଛି ତାର ରହସ୍ୟ ଏଯାଏଁ ସ୍ପଷ୍ଟ ଜଣାପଡିନାହିଁ। ଖବରପାଇ ବାଲେଶ୍ବର କ୍ରାଇମ ଡିଏସ୍‌ପି ଅମୂଲ୍ୟ ଧର, ସଦର ଏସ୍‌ଡିପିଓ ପଦାରବିନ୍ଦ ତ୍ରିପାଠୀ, ଚାନ୍ଦିପୁର ଥାନା ଆଇଆଇସି ଅଜୟ ମୁର୍ମୁ ଓ ଟାଉନ ଥାନା ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣଙ୍କ ସହ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ମୃତଦେହ ଜବତ କରି ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତେବେ ହତ୍ୟା ପଛରେ ପୂର୍ବଶତ୍ରୁତା ଥାଇପାରେ ବୋଲି ପୋଲିସ ଅନୁମାନ କରୁଛି।

ad-week
Leave A Reply

Your email address will not be published.