ରାଜଧାନୀରୁ ୫ କୋଟିର ବ୍ରାଉନ ସୁଗାର ଜବତ : ତିନି ବେପାରୀ ଗିରଫ

add-all

ଭୁବନେଶ୍ଵର: ଦିନକୁ ଦିନ ରାଜ୍ୟରେ ବ୍ରାଉନ ସୁଗାର କାରବାର ବଢିବାରେ ଲାଗିଛି। ଏହି କାରବାରରେ ଲିପ୍ତ ଥିବା ବେପାରୀଙ୍କୁ ପୋଲିସ ଦୈନିକ ଗିରଫ ମଧ୍ୟ କରୁଛି। ହେଲେ ବ୍ରାଉନ ସୁଗାର କାରବାର ବନ୍ଦ ହେବାର ନାଁ ଧରୁନାହିଁ। ସେହିଭଳି ରାଜଧାନୀ ଭୁବନେଶ୍ଵରରୁ ଆଜି ୫ କୋଟି ଟଙ୍କାର ଧଳା ଜହର ଜବତ ହୋଇଛି। ଏହାସହ ୩ ଜଣ ବେପାରୀଙ୍କୁ ଏସଟିଏଫ ଗିରଫ କରିଛି।

ସୂଚନା ଅନୁଯାୟୀ, ରାଜଧାନୀ ଉପକଣ୍ଠରେ ବ୍ରାଉନ ସୁଗାର କାରବାର ଚାଲିଥିବାର କୌଣସି ସୂତ୍ରରୁ ଏସଟିଏଫ ଜାଣିପାରିଥିଲା। ବିଳମ୍ବ ନକରି ଏସଟିଏଫ ଉକ୍ତ ଅଞ୍ଚଳରେ ଚଢାଉ କରିଥିଲା। ବେପାରୀମାନେ ବ୍ରାଉନ ସୁଗାର ବିକ୍ରି ପାଇଁ ଡିଲ କରିବା ବେଳେ ଏସଟିଏଫ ମାଡି ବସିଥିଲା। ଫଳରେ ସେଠାରୁ ୫ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ କରିଥିବା ବେଳେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ହୋଇଥିବା ୩ ଜଣ ବେପାରୀଙ୍କ ମଧ୍ୟରୁ ୨ ଜଣ ତମାଣ୍ଡୋ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ପିପିଲିର ବୋଲି ଜଣାପଡିଛି।

ad-week
Leave A Reply

Your email address will not be published.