ସିରିପେଟା ଜଗନ୍ନାଥ ମନ୍ଦିରରେ ରାତ୍ର ଯାପନ କଲେ ରାମ ବନଗମନଚାରୀ

add-all

ମାଲକାନଗିରି : ମାଲକାନଗିରି କୁଡୁମୁଲୁଗୁମ୍ମା ତହସିଲ ଅନ୍ତର୍ଗତ ସିରିପେଟା ଗ୍ରାମର ଜଗନ୍ନାଥ ମନ୍ଦିର ପରିସରରେ ରାମ ବନଗମନ ଚାରୀ ମାନଙ୍କୁ ସ୍ୱାଗତ କରାଯାଇଛି । ଏହି ଯାତ୍ରାରେ ଶ୍ରୀରାମ ବନଗମନ ଚାରୀ ମଇ ୩ ତାରିଖରେ ଶ୍ରୀରାମ ଜନ୍ମପୀଠ ଅଯୋଧ୍ୟାରୁ ଯାତ୍ରା ଆରମ୍ଭ କରିଛନ୍ତି ଯାହାକି ତାମିଲନାଡୁ ର ରମେଶ୍ୱରମରେ ଶେଷ ହେବ । ଏହି ଯାତ୍ରା ରେ ସେମାନେ ପ୍ରଭୁ ଶ୍ରୀରାମ°କ ପଦା°କ ଅନୁସରଣ ପୂର୍ବକ ୧୧ ଗୋଟି ରାଜ୍ୟ ର ୨୪୯ ଟି ବିଭିନ୍ନ ପବିତ୍ର ସ୍ଥାନକୁ ଦର୍ଶନ, ପୂଜନ ଓ ସଂରକ୍ଷଣ ନିମନ୍ତେ ବାହାରିଛନ୍ତି । ଉଦ୍ଦେଶ୍ୟ ସନାତନ ଧର୍ମର ସମସ୍ତ ପୁଣ୍ୟ ଦେବସ୍ଥଳୀ ଗୁଡିକୁ ଲୋକାଭିମୁଖି କରିବା ତଥା ମାର୍ଯ୍ୟଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବାର୍ତ୍ତା କୁ ପ୍ରଚାର ପ୍ରସାର ସହ ସମଗ୍ର ଦେଶରେ ରାମରାଜ୍ୟ ପ୍ରତିଷ୍ଠା କରିବା । ଏଥିରେ ମାଲକାନଗିରି ଋଷିକ୍ଷେତ୍ରର ଋଷି ବ୍ରହ୍ମ ମହାରାଜ,ହିନ୍ଦୁ ଜନଯାଗୃତି ପରିଷଦ ପ୍ରଭାରୀ ଚୈଧୁରୀ, ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ କୋରାପୁଟ ସଂଗଠନ ପ୍ରଭାରୀ ଶ୍ରୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ ,କୁଡୁମୁଲୁଗୁମ୍ମା ଧର୍ମ କ୍ଷେତ୍ର ରକ୍ଷକ ଭଗବାନ ସାହୁ,ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରଭାରୀ ସହଦେବ ଶୀଷା, ଗଣେଶ ଦାସ ଓ ମନୋଜ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ତୁଲେଇ ଥିବା ଜଣାପଡିଛି ।

ad-week
Leave A Reply

Your email address will not be published.