ଅବକାରୀ ଚଢ଼ଉ, ୧୫ କ୍ୱିଣ୍ଟାଲ ମହୁଲ ଜବତ, ଜଣେ ଗିରଫ

add-all

ଦାରିଙ୍ଗବାଡ଼ି,୪/୬, ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପର୍ତମାହା ଗ୍ରାମରେ ବାଲିଗୁଡା ଅବକାରୀ ଓ ରାଇକିଆ ଅବକାରୀ ବିଭାଗ ମିଳିତ ଚଢ଼ଉ କରି ୧୫ କ୍ୱିଣ୍ଟାଲ ୬୦ କିଲୋ ଚୋରା ମହୁଲ ଜବତ କରିବା ସହ ଜଣକୁ ଗିରଫ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି । ଗିରଫ ଜଣକ ହେଲେ ପର୍ତମାହା ଗ୍ରାମର ପଞ୍ଚାନନ ସାହୁ । ଚୋରା ମହୁଲ ବେପାର କରୁଥିବା ନେଇ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ଇନ୍ସପେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ନେତୃତ୍ୱ କ୍ରମେ ରାଇକିଆ ଅବକାରୀ ଥାନା ଓଆଇସି ଥାଇଲା ଓରାମ, ବାଲିଗୁଡା ଅବକାରୀ ଥାନା ଇନଚାର୍ଜ ପ୍ରଦୀପ କୁମାର ରଥ,ଏଏସଆଇ ସାନ୍ତୁନୁ କୁମାର ପଟ୍ଟନାୟକଙ୍କ ସମେତ ଅବକାରୀ କର୍ମଚାରୀ ମାନେ ଚଢ଼ଉ କରି ଚୋରା ମହୁଲ ଜବତ କରିବା ସହ ଜଣକୁ ଗିରଫ କରିଥିଲେ। ଏନେଇ ମାମଲା ନଂ ୧୨/୨୨-୨୩ ରୁଜୁ ହୋଇ ତଦନ୍ତ ଚାଲିଥିବା ବେଳେ ଜବତ ମହୁଲର ମୂଲ୍ୟ ୪୬ ହଜାର ଟଙ୍କା ହେବ ବୋଲି ଇନ୍ସପେକ୍ଟର ସୂଚନା ଦେଇଛନ୍ତି । ଏହି ଦେଢ଼ ମାସ ମଧ୍ୟ ଅବକାରୀ ବିଭାଗ ଦାରିଙ୍ଗବାଡ଼ି ଥାନାର ଭିନ୍ନ ଭିନ୍ନ ସ୍ଥାନରୁ ୩୧ କ୍ୱିଣ୍ଟାଲ ମହୁଲ ଜବତ କରି ୨ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ।

ad-week
Leave A Reply

Your email address will not be published.