
ଭୁବନେଶ୍ବର : ନବୀନଙ୍କ ପଞ୍ଚମପାଳିର ବହୁ ପ୍ରତୀକ୍ଷିତ ମନ୍ତ୍ରୀମଣ୍ଡଳ ଅଦଳବଦଳ ହୋଇଛି | ଆସନ୍ତାକାଲି ଦିନ ୧୧.୪୫ ମିନିଟରେ ରାଜ୍ୟର ନୂତନ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବେ। ଲୋକସେବା ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ମନ୍ତ୍ରୀ ଇସ୍ତଫା ଦେବା ପରେ ଯେଉଁମାନେ ମନ୍ତ୍ରୀ ଭାବେ ଶପଥ ନେବେ ସେମାନଙ୍କ ପାଖକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମଧ୍ୟ ଫୋନ୍ ଯିବା ଆରମ୍ଭ ହୋଇଛି। ନୂଆ ମନ୍ତ୍ରୀମାନଙ୍କୁ ଭୁବନେଶ୍ୱରରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁଯାୟୀ ସମ୍ଭାବ୍ୟ ମନ୍ତ୍ରୀମାନଙ୍କୁ ଫୋନ୍ କଲ୍ ଯିବା ଆରମ୍ଭ ହୋଇଛି। ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ଅଛନ୍ତି –
୧: ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ
୨: ଆଳି ବିଧାୟକ ପ୍ରତାପ ଦେବ
୩: ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ
୪: ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ
୫: ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି
୬: ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ
୭: ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର
୮: ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ
୯: ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ
୧୦: ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ
୧୧: ଝାରସୁଗୁଡା ବିଧାୟକ ନବକିଶୋର ଦାଶ
୧୨: ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
୧୩: ଏକାମ୍ର ବିଧାୟକ ଅଶୋକ ପଣ୍ଡା
୧୪: ପ୍ରୀତିରଞ୍ଜନ ଘଡ଼ାଇ
୧୫: ଉଷା ଦେବୀ
୧୬: ବାସନ୍ତୀ ହେମ୍ବ୍ରମ୍
୧୭: ମନୋହର ରାନ୍ଧାରୀ
୧୮: ପ୍ରଦୀପ ଅମାତ
୧୯: ରୋହିତ ପୂଜାରୀ