ଶେଷ କାର୍ଯ୍ୟ ଦିନରେ ଜିଲ୍ଳା ଶିକ୍ଷା ଅଧିକାରୀଙ୍କ ସ୍କୁଲ ତଦାରଖ ସମୟରେ ୭ ଶିକ୍ଷକ ଗାଏବ…

add-all
ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିସର୍ତ୍ତ

ମାଲକାନଗିରି : ଜିଲ୍ଲା ଶିକ୍ଷା ଅଧିକାରୀ ମାନସ ରଞ୍ଜନ ଜେନା ଅଚାନକ ତଣ୍ଡିକି ପଞ୍ଚାୟତର କିଛି ସ୍କୁଲ ଗ୍ରସ୍ତ କରିଥିଲେ l ଗତକାଲି ଶିକ୍ଷାଦାନର ଶେଷ ଦିନ ହୋଇଥିଲେ ମଧ୍ୟ କିଛି ସ୍କୁଲର କେତଜଣ ଶିକ୍ଷକ ସ୍କୁଲରେ ଡେରିରେ ପହଁଚିବା ଏବଂ ଖରାଛୁଟି ପୂର୍ବରୁ ଆଗୁଆ ଗାଁ କୁ ଯାଇଥିବା ଶିକ୍ଷାଧିକାରୀଙ୍କ ନଜରରେ ଆସିଥିଲା ଏହି ବାବଦରେ ବ୍ଲକ ଶିକ୍ଷାଅଧିକାରୀଙ୍କୁ ଜିଲ୍ଳା ଶିକ୍ଷା ଅଧିକାରୀ ସେମାନଙ୍କ ନାଁରେ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଗୋଟିଏ ଦିନର ଦରମା ବନ୍ଦ କରିବା ପାଇଁ ନିର୍ଦେଶ ଦେଇଛନ୍ତି ଏବଂ ଏ ବାବଦରେ ଜିଲ୍ଲା ପାଳଙ୍କୁ ଅବଗତ କରାଇଛନ୍ତି । ରାଜ୍ୟ ସରକାର ସ୍କୁଲ ଗୁଡ଼ିକ ଶିକ୍ଷା ଓ ପାରିପାର୍ଶ୍ବିକ ପରିବେଶର ଉନ୍ନତି କରଣ ସହିତ ଉଚ୍ଚ ମାନର ଶିକ୍ଷା ପାଇଁ ୫ଟି ଅଧୀନରେ ଆଣିଥିବା ବେଳେ ତଣ୍ଡିକି ଭଳି ଆଦିବାସୀ ବହୁଳ ଅଞ୍ଚଳର ସ୍କୁଲ ଗୁଡିକରେ ଏହି ଭଳି ବ୍ୟତିକ୍ରମ ଶିକ୍ଷା ବିଭାଗର କାର୍ଯ୍ୟ ପ୍ରଣାଳୀ ଉପରେ ଆଙ୍ଗୁଳି ନିର୍ଦେଶ କରିଛି l ଗତକାଲି ଶିକ୍ଷାଧିକାରୀଙ୍କ ଗ୍ରସ୍ତ ସମୟରେ ଅନୁପସ୍ଥିତ ଥିବା ଶିକ୍ଷକ ମାନେ ହେଲେ ବଣ୍ଡିକି ଉଚ୍ଚବିଦ୍ୟାଳୟର ତାରକ ମଣ୍ଡଳ ଓ ଅସୀମ ବିଶ୍ୱାସ, ଦାମଗୁଡ଼ାର ବିଜୟ ବେହେରା ଓ ଉମାଶାଙ୍କର ଡଙ୍ଗରି, ନାରାୟଣଗୁଡା ସ୍କୁଲର ଶୁସମା ବାରିକ , ବାହାଲ ଗୁଡ଼ା ସ୍କୁଲର ରାଜେଶ୍ୱରୀ ସେନାପତି, ତଙ୍ଗଗୁଡ଼ା ପ୍ରାଥମିକ ବିଦ୍ୟାଳୟର ନାଗେଶ୍ୱର ପଟ୍ଟନାୟକ ଅନୁପସ୍ଥିତ ରହିଥିଲେ l ଏହି ଶିକ୍ଷକଙ୍କ ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଆଗକୁ ଦେଖିବାକୁ ବାକି ରହିଲା l ଯଦି ଏମାନଙ୍କ ବିରୁଦ୍ଧରେ ଆଖିଦୃଶିଆ ପଦକ୍ଷେପ ନିଆ ନଯାଏ ତେବେ ଆଗାମି ଦିନରେ କିଛି କର୍ତବ୍ୟନିଷ୍ଟ ଶିକ୍ଷକଙ୍କ ପ୍ରତି ଏହା ଉପହାସ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି l ଦାମାଗୁଡା ଗୁଡା PUPS ଶିକ୍ଷକ ଉମାଶାଙ୍କର ଡଙ୍ଗରି ପୂର୍ବରୁ ଶିକ୍ଷକତା ସହ ବିଭିନ୍ନ ଅନଲାଇନ ସଂସ୍ଥା ସହଭାଗିତାରେ ବ୍ୟବସାୟ କରିବା ସହ ବର୍ତ୍ତମାନ ଦୁବାଇ ଗ୍ରସ୍ତ ରେ ରହିଥିବା ବେଳେ ତାଙ୍କ ଛୁଟି ବାବଦରେ ମଣ୍ଡଳ ଶିକ୍ଷାଧିକାରୀ ଜାଣିନଥିବା ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.