ଆଖଣ୍ଡଳମଣି ପୀଠରେ ଦେବଦମ୍ପତିଙ୍କ ବିବାହ

Independence

ଆରଡ଼ି: ପବିତ୍ର ଶୀତଳଷଷ୍ଠୀରେ ଶନିବାର ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ଦେବ ଦେବ ମହାଦେବ ଓ ମାତା ପାର୍ବତୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରତିବର୍ଷ ଏହି ପୀଠରେ ଶିବବିବାହ ଅନୁଷ୍ଠିତ ହୋଇଆସୁଛି। ବାବା ଆଖଣ୍ଡଳମଣି ବର ଓ ମାତା ପାର୍ବତୀ ସାଜିଲେ କନ୍ୟା। ସମ୍ପୂର୍ଣ୍ଣ ଲୋକାଚାରରେ ବୈଦିକ ରୀତିରେ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଛି।

ସ୍ବତନ୍ତ୍ର ପୂଜାନୀତି ଭୋର ୪ଟା ୩୦ରେ ମଙ୍ଗଳ ଆଳତି ପରେ ବାବାଙ୍କୁ ବାଡୁଅପାଣିରେ ସ୍ନାନ କରାଯାଇଥିଲା। ହଳଦୀ, ଚନ୍ଦନ, କସ୍ତୁରୀ, ଅଗୁର ଆଦି ସୁବାସିତ ଦ୍ରବ୍ୟ ଲେପନ କରି ବର ବେଶରେ ସଜ୍ଜିତ କରାଯାଇଥିଲା। ପରେ ବିଧି ଅନୁସାରେ ସମସ୍ତ ନୀତିକାନ୍ତି ସମାପନ ହୋଇଥିଲା। ପୀଠରେ ବିଭିନ୍ନ ସ୍ବେଚ୍ଛାସେବୀଙ୍କ ପକ୍ଷରୁ ସେବା ଯୋଗାଇ ଦିଆଯାଇଥିଲା। ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ad-week
Leave A Reply

Your email address will not be published.