ବିଶ୍ୱ ପରିବେଶ ଦିବସରେ ଦଣ୍ଡକାଳୀ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

add-all

ମାଲକାନଗିରି (୦୫/୦୬) : ମାଲକାନଗିରି ଜିଲ୍ଲା ସଦର ମହକୁମା ର ଦଣ୍ଡକାଳୀ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଗତ ମାସ ୩୦ ତାରିଖ ଠାରୁ ଚଳିତ ମାସ ୨ ତାରିଖ ପର୍ଯ୍ୟନ୍ତ ଦଣ୍ଡକାଳୀ ମନ୍ଦିର ପୂଜା ପାଠ ସହ ହୋମ ଯଜ୍ଞ କରି ମହା ଧୁମ ଧାମରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଶେଷ ହୋଇଯାଇଛି। ମନ୍ଦିରର ସୌନ୍ଦର୍ଯ୍ୟ ବଢ଼ାଇବା ସହ ଗଛର ଆବଶ୍ୟକତା ରହିଥିବା ବେଳେ ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ବନ ବିଭାଗ ଏବଂ ଜିଲ୍ଲା ସମ୍ବାଦ ସାହିତ୍ୟ ଆସର ପକ୍ଷରୁ ମନ୍ଦିର କମିଟିର ସଦସ୍ୟଙ୍କୁ ନେଇ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇ ଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବନ ବିଭାଗର ରେଞ୍ଜ ଅଧିକାରୀ ଜଗନ୍ନାଥ ବିଶୋଇ ଯୋଗ ଦେଇଥିବା ବେଳେ ସଂମାନିତ ଅତିଥି ଭାବେ ସମ୍ବାଦ ସାହିତ୍ୟ ଆସରର ସଭାପତି ଡା. ରଞ୍ଜନ ସ୍ୱାଇଁ ଏବଂ ନେହେରୁ ଯୁବା କେନ୍ଦ୍ରର ଅଧିଲାରୀ ହରିସ ସୁପାଲ ଯୋଗ ଦେଇଥିଲେ । ମନ୍ଦିର କମିଟିର ସଭ୍ୟମାନେ ତଥା ସମ୍ପାଦକ ହେମନ୍ତ ମହାରଣା, କାର୍ଯ୍ୟ କାରିଣୀ ସମ୍ପାଦକ ପ୍ରକାଶ ଖଟାଇ ମନ୍ଦିର ପୂଜକ , ରବୀନ୍ଦ୍ର ସାହୁ, ସୀମାଞ୍ଚଳ ପାଣିଗ୍ରାହୀ ପ୍ରମୁଖ ଆଜିର ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷକ ସୁକାନ୍ତ ସାହୁ ଉପସ୍ଥିତ ଥିଲେ ।ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ତାରକ ମଣ୍ଡଳ ଙ୍କ ସମେତ ବନ ବିଭାଗ ର କିଛି କର୍ମଚାରୀ ଏବଂ ଦୁଇ ଅଧ୍ୟାପକ ଡା. ଗୋକୁଳାନନ୍ଦ ପାତ୍ର, ଗୌତମ ନାୟକ , ଶିକ୍ଷୟତ୍ରୀ ପ୍ରତିମା ନାୟକ ଏବଂ ବିଜେପିର ନଗର ସମ୍ପାଦକ ମାଣିକ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ରହି ମନ୍ଦିର ପରିସରରେ ଅହଳା ଗଛ, ବଉଳ ଗଛ କଦମ୍ବ ଗଛ ଏହିଭଳି ଅନେକ ବୃକ୍ଷ ରୋପଣ କରିଥିଲେ । ବୃକ୍ଷ ରୋପଣ ପରେ ଶ୍ରୀ ସ୍ୱାଇଁ ଏବଂ ରେଞ୍ଜ ଅଫିସର ଶ୍ରୀ ବିଷୋୟୀ ପରିବେଶ ଦିବସ ଉପରେ ତଥା ବୃକ୍ଷ ରୋପଣର ଉପକାରିତା ଉପରେ ସମସ୍ତଙ୍କୁ କିଛି କହିଥିଲେ । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବୃକ୍ଷ ରୋପଣ ଏବଂ ବୃକ୍ଷ ର ଯତ୍ନନେବା ନିହାତି ଜରୁରୀ ବୋଲି ମଧ୍ୟ କହିଥିଲେ ।

ad-week
Leave A Reply

Your email address will not be published.