ପେଡାକୋଣ୍ଡା ଗ୍ରାମରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟର ନିର୍ଣ୍ଣାୟକ ମ୍ୟାଚରେ ଯୋଗଦେଲେ ମାନ୍ୟବର ସାଂସଦ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପେଡାକୋଣ୍ଡା ଗ୍ରାମ ରେ ଦିର୍ଘ ଦିନ ଧରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଆସୁଥିଲା ତେବେ ଆଜି ଟୁର୍ଣ୍ଣାମେଣ୍ଟର ନିର୍ଣ୍ଣାୟକ ମ୍ୟାଚ ତଥା ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କଲେ ମାନ୍ୟବର ସାଂସଦ ନବରଙ୍ଗପୁର, ଶ୍ରୀ ରମେଶ ଚନ୍ଦ୍ର ମାଝୀ, ପହଞ୍ଚିବା ସହିତ ଶ୍ରୀ ମାଝୀଙ୍କୁ ପେଡାକୋଣ୍ଡା କ୍ରିକେଟ ଟୁର୍ଣ୍ଣାମେଣ୍ଟ କମିଟି ତରଫରୁ ତାଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଆଜିର ଏହି ଫାଇନାଲ ମ୍ୟାଚରେ ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ବ୍ଲକ ବିଜେଡି ସଭାପତି ବିଭାଅଂସୁ ଶାମଳ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ କୁନି ଭୂମିଆ, ମାଲକାନଗିରି ବ୍ଳକ ଅଧକ୍ଷ୍ୟ ଶ୍ରୀମତୀ ଗୌରୀ ପଡିଆମୀ, ସ୍ଥାନୀୟ ସରପଞ୍ଚ ଲକମା କବାସୀ, ଜିଲ୍ଲା କିର୍କେଟ ଆସୁଏସେନ ର ବରିଷ୍ଟ ଖେଳାଳୀ ସତବୀର ସିଂ, ଲକ୍ଷଣ ଗରାମି, ଓ ସ୍ଥାନୀୟ ସମିତି ସଭ୍ୟ, ଓ ୱାର୍ଡ ମେମ୍ବର, ବରିଷ୍ଟ ଗୁରୁଜନ,ଯୁବ, ଛାତ୍ର ମଧ୍ୟ ଉପସ୍ଥିତ ରହିଥିଲେ ଆଜିର ଫାଇନାଲ ମ୍ୟାଚ ଛତିଶଗଡ଼ ର କୋଣ୍ଟା ଟିମ ଏବଂ ଝିଲାରିଗୁଡ଼ା ମଧ୍ୟରେ ଖେଳା ଯାଇଥିଲା ଟଚ୍ ଜିତି ପ୍ରଥମେ କୋଣ୍ଟା ଟିମ୍ ବ୍ୟାଟିଂ କରିଥିଲେ। ୨୦ ଓଭରରେ ୨ଟି ଉଇକେଟ ହରାଇ ୨୧୨ ରନ ର ବିଶାଳ ପାହାଡ଼ ଭଲି ସ୍କୋର ର ସାମ୍ନା କରିବା ପାଇଁ ବିପକ୍ଷ ଟିମକୁ ଦେଇଥିଲେ। ତେବେ ବିପକ୍ଷ ଟିମ ଏହି ବିଶାଳ ସ୍କୋର ଲକ୍ଷ୍ୟ ପାର କରିବାକୁ ଯାଇ ୧୬ ଓଭର ୨ଟି ବଳରେ ସମସ୍ତ ଉଇକେଟ ହରାଇ ୮୦ ରୁ ଉର୍ଦ୍ଧ୍ବ ରନରେ ପରାସ୍ତ ହୋଇଛନ୍ତି। ତେବେ ଏହି ଟୁର୍ଣ୍ଣାମେଣ୍ଟର ମୂଳ ଆୟୋଜକ ଥିଲେ ଡ଼ଃ ଆମ୍ବେଦକର ୟୁଥ୍ କ୍ଲବ୍ ପେଡାକୋଣ୍ଡା, ଓ ଗ୍ରାମ ବାସୀ ଙ୍କ ସହଯୋଗୀ ତାରେ ଏହି ବିଶାଳ ବଡ଼ ଟୁର୍ଣ୍ଣାମେଣ୍ଟର ଆନନ୍ଦ ଲାଭ କରିଥିଲେ ହଜାର ହଜାର ଦର୍ଶକ। ତେବେ ମୁଖ୍ୟ ଅତିଥି ମାନ୍ୟବର ସାଂସଦ ଓ ଅନ୍ୟା ଉପସ୍ଥିତ ଥିବା ଅତିଥି ଙ୍କ କରମଣ୍ଡଳ ରେ ବିଜେତା ଓ ପରାଜୟ ଟିମ୍ ଓ ଅନ୍ୟାନ୍ୟ ଖିଲାଡ଼ି ଏବଂ ଏମ୍ପାୟର ଙ୍କୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ।

ad-week
Leave A Reply

Your email address will not be published.