ନିଶା ମାଫିଆଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଉଛି ପୁରୀ ପୋଲିସ, ସାଙ୍ଘାତିକ ଅଭିଯୋଗ ଆଣିଲେ ଅବକାରୀ ଇନସ୍ପେକ୍ଟର ସଞ୍ଜୟ ପଣ୍ଡା

add-all

ପୁରୀ: ପୋଲିସ ବିରୋଧରେ ଅବକାରୀ ବିଭାଗର ଅଭିଯୋଗ। ପୁରୀ ଜିଲ୍ଲା ପୋଲିସ ବିରୋଧରେ ଅଭିଯୋଗ ଆଣିଛି ଅବକାରୀ ବିଭାଗ। ଅବକାରୀ କମିସନରଙ୍କୁ ଏଭଳି ଚିଠି ଲେଖି ଖୁଲମଖୁଲା ଅଭିଯୋଗ ଆଣିଛନ୍ତି ପୁରୀ ଅବକାରୀ ଇନସ୍ପେକ୍ଟର ସଞ୍ଜୟ କୁମାର ପଣ୍ଡା। ଜିଲ୍ଲାର ଥାନାଅଧିକାରୀ ମାନେ ନିଶା ମାଫିଆଙ୍କ ଠାରୁ ମାସିକିଆ ଟଙ୍କା ନେଉଛନ୍ତି।ଏହା ଦ୍ୱାରା ଅବକାରୀ ବିଭାଗର ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେଉଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି।

ଜୁନ ୪ ତାରିଖରେ ସଞ୍ଜୟ କୁମାର ପଣ୍ଡା ଲେଖିଥିବା ଚିିଠି ଏବେ ଉଭୟ ଅବକାରୀ ବିଭାଗ ଓ ଓଡ଼ିଶା ପୁଲିସରେ ହଟଚମଟ ସୃଷ୍ଟି କଲାଣି। ଏହାସହ ପୋଲିସର କାର୍ଯ୍ୟଦକ୍ଷତା ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ନିଜ ବିଭାଗ ଓ ପୋଲିସ ବିରୋଧରେ ସତ ସାମ୍ନାକୁ ଆଣିଥିବାରୁ ତାଙ୍କ ବିରୁଦ୍ଧରେ ଯେକୌଣସି କାର୍ଯ୍ୟାନୁଷ୍ଠାନ ହେଲେ ସେ ସାମ୍ନା କରିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି।

ad-week
Leave A Reply

Your email address will not be published.