ରଥଯାତ୍ରା ପାଇଁ ବଡ଼ଦାଣ୍ଡରେ ରାପିଡ ଆକ୍ସନ ଫୋର୍ସର ମକଡ୍ରିଲ୍

add-all

ପୁରୀ: ଆଉ ଦିନ କେତେଟା ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ରଥଖଳାରେ ଜୋର୍‌ସୋର୍‌ରେ ଆଗେଇ ଚାଲିଛି କାମ। ଆସନ୍ତା ୧୪ ତାରିଖରେ ସ୍ନାନ ପୂର୍ଣ୍ଣିମା। ଦୁଇ ବର୍ଷ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ସାମିଲ ହେବେ ହଜାର ହଜାର ଶ୍ରଦ୍ଧାଳୁ। ଏଥିପାଇଁ ପୁରୀରେ ଅଧିକ ଭିଡ଼ ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ଶ୍ରୀମନ୍ଦିର ସମ୍ମୁଖ ଓ ଚତୁଃପାର୍ଶ୍ୱରେ ରାପିଡ୍‌ ଆକ୍ସନ ଫୋର୍ସ ମକଡ୍ରିଲ ଆରମ୍ଭ କରିଛି।

ରଥଯାତ୍ରାରେ ୨୪୦ ଯବାନ ଆର୍‌ଏଏଫ୍‌ ନିୟୋଜିତ ହେବେ। ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ସମ୍ପର୍କରେ ପୁରୀ ପୋଲିସ ମିଳିତ ଭାବରେ ଏହି ମକଡ୍ରିଲ୍‌ରେ ସାମିଲ ହୋଇଥିଲା।

ad-week
Leave A Reply

Your email address will not be published.