କାଉଣ୍ଟରରେ ଟିକେଟ ପାଇଁ ଠେଲାପେଲା, ପୋଲିସର ଲାଠିଚାର୍ଜ

add-all

କଟକ : ଟିକେଟ କିଣିବାକୁ ଠେଲାପେଲା । ଟିକେଟ କିଣିବା ବେଳେ ଦର୍ଶକଙ୍କ ମଧ୍ୟରେ ଠେଲାପେଲା ହୋଇଥିବାର ଦେଖିବାକୁ ମିଳିଛି । ମହିଳା ଛିଡା ହୋଇଥିବା କାଉଣ୍ଟରରେ ଠେଲାପେଲା ହୋଇଛି । ସେପଟେ ଟିକେଟ ବିକ୍ରିକୁ ଶୃଂଖଳିତ ଭାବେ କରିବାକୁ ପୋଲିସ ପକ୍ଷରୁ ପ୍ରୟାସ କରାଯାଉଛି । ଏପିରିକି ପୋଲିସ ପକ୍ଷରୁ ଲାଠିଚାର୍ଜ ହୋଇଥିବା ସୂଚନା ମିଳିଛି ।

ସେହିପରି ସୁରକ୍ଷାଦୃଷ୍ଟିରୁ ଟିକେଟ୍‌ କାଉଣ୍ଟରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେପଟେ ଟିକେଟ୍‌ ପାଇଁ ଧାଡିରେ ଛିଡା ହୋଇଥିବା କ୍ରିକେଟ୍‌ପ୍ରେମୀଙ୍କୁ ପାଣି ପିଆଇଛନ୍ତି କଟକ ଡିସିପି ପିନାକ ମିଶ୍ର । ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳିରେ ଆକ୍ତାମାକ୍ତା ହେଉଥିଲେ କ୍ରୀଡାପ୍ରେମୀ ।

ସୂଚନାଯୋଗ୍ୟ ଯେ, ଭାରତ-ଦକ୍ଷିଣ ଆଫ୍ରିକା ହାଇ ଭୋଲଟେଜ ମ୍ୟାଚ ପାଇଁ ଆଜିଠୁ କାଉଣ୍ଟରରେ ମିଳିବ ଟିକେଟ୍ । ସ୍ଥାୟୀ ନିର୍ମିତ କାଉଣ୍ଟର ସହ ଚଳିତ ଥର ଅଫଲାଇନ ଟିକେଟ ବିକ୍ରି ପାଇଁ ୩ଟି ନୂଆ କାଉଣ୍ଟରରେ ମଧ୍ୟ ଟିକେଟ ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଛି। ଜଣେ ବ୍ୟକ୍ତି ଦୁଇଟି ଲେଖାଏଁ ଟିକେଟ କିଣି ପାରିବେ। ସକାଳ ୯ଟାରୁ ଟିକେଟ ଶେଷ ହେବା ପର୍ଯ୍ୟନ୍ତ କାଉଣ୍ଟର ଖୋଲା ରହିବ। ଦର୍ଶକଙ୍କ ପାଇଁ କାଉଣ୍ଟରରେ ମୋଟ ୧୨,୦୯୩ ଟିକଟ ଉପଲବ୍ଧ ହେବ। ସେଥିରୁ ୧୩୬୨ ଦାମି ଟିକେଟ ଏବଂ ୧୦,୭୩୧ ଗ୍ୟାଲେରି ଟିକେଟ୍ ବିକ୍ରୟ ହେବ ବୋଲି ଓସିଏ ସମ୍ପାଦକ ସଂଜୟ ବେହେରା ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.