ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ଉଦ୍ଧାର କଲେ ଲାଇଫ ଗାର୍ଡ

add-all

ପୁରୀ: ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଗଭୀର ସମୁଦ୍ର ଭିତରକୁ ଭାସି ଗଲେ ଯୁବକ। ତେବେ ସେଠାରେ ମୁତୟନ ଥିବା ଲାଇଫ ଗାର୍ଡ ମାନେ ଭାସି ଯାଉଥିବା ଯୁବକକୁ ସମୁଦ୍ର ଭିତରୁ ଉଦ୍ଧାର କରିଛନ୍ତି ।

ଅନୁଗୋଳ ଜିଲ୍ଲାର ଚିନ୍ମୟ ପ୍ରଧାନ ସମୁଦ୍ରରେ ଗାଧୋଉଥିଲେ। ସ୍ନାନ ସମୟରେ ସେ ଗଭୀର ସମୁଦ୍ର ଭିତରକୁ ଭାସି ଯିବାରୁ ତାଙ୍କ ପରିବାର ଲୋକେ ଚିତ୍କାର କରିଥିଲେ।

ସେଠାରେ ମୃତୟନ ଥିବା ଲାଇଫ ଗାର୍ଡ ମାନେ ଏହି ଖବର ଜାଣିବା ପରେ ସଙ୍ଗେ ସଙ୍ଗେ ସମୁଦ୍ର ଭିତରକୁ ଯାଇ ଚିନ୍ମୟୀଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ତେବେ ପ୍ରାଥମିକ ଚିକିତ୍ସା ପରେ ଚିନ୍ମୟ ସୁସ୍ଥ ଥିବା ଜଣାପଡିଛି।

ad-week
Leave A Reply

Your email address will not be published.