କୁତ୍ରା ବ୍ଲକ ତୁରମୁରା ଜିଆରଏସ ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

add-all

ସୁନ୍ଦରଗଡ: ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ ତୁରମୁରା ଜିଆରଏସ ହେମନ୍ତ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି। ଅଫିସ ସମେତ ପୁରକାପାଲି ବାସଭବନରେ ଚଢାଉ କରାଯାଇଛି। କୁତ୍ରା ବ୍ଲକ ତୁରମୁରା ଜିଆରଏସ ହେମନ୍ତ ସାହୁ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।

ଭିଜିଲାନ୍ସର ସ୍ଵତନ୍ତ୍ର ଟିମ ଜିଆରଏସ ହେମନ୍ତଙ୍କ ଅଫିସ ସମେତ ବାସଭବନରେ ଚଢାଉ କରିଛି। ପୁର୍ବରୁ ମଧ୍ୟ ଏହି ଜିଅ।ରଏସଙ୍କ ଘରେ ହୋଇଥିଲା ଚଢାଉ। ତେବେ ଜିଆରଏସଙ୍କ ଘରୁ କେତେ ଆୟ ବର୍ହିଭୂତ ସମ୍ପତ୍ତି ଠାବୁ ହୋଇଛି ତାହା ଭିଜିଲାନ୍ସ ଟିମ୍ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ad-week
Leave A Reply

Your email address will not be published.