ବାଲ୍ୟ ବିବାହକୁ ବନ୍ଦ କରିବା ଦିଗରେ ଧର୍ମ ଗୁରୁ ମାନଙ୍କର ଭୂମିକା ସମ୍ପର୍କରେ ସଚେତନତା ବୈଠକ

add-all

ଦାରିଙ୍ଗବାଡ଼ି, (୯/୬) : ପ୍ରେମ୍ ଓ ଏଡୁକୋ ଅନୁଷ୍ଠାନ ଆନୁକୁଲ୍ୟରେ ଦଣ୍ଡିମା ସ୍ଥିତ ପ୍ରେମ୍ କାର୍ଯ୍ୟାଳୟ ଠାରେ ୭ଟି ଗ୍ରାମର ବିଭିନ୍ନ ଧର୍ମର ଧର୍ମ ଗୁରୁ ମାନଙ୍କୁ ବାଲ୍ୟ ବିବାହ ନିଷେଧ ଆଇନ ୨୦୦୬ ଓ ବାଲ୍ୟ ବିବାହକୁ ବନ୍ଦ କରିବା ଦିଗରେ ଗ୍ରାମ ସ୍ତରରେ ସେମାନଙ୍କ ଭୂମିକା ସମ୍ପର୍କରେ ଏକ ସଚେତନତା ବୈଠକ ଆୟୋଜିତ ହୋଇଥିଲା।ଏହି ବୈଠକରେ ପ୍ରେମ୍ ଅନୁଷ୍ଠାନ ର କାର୍ଯ୍ୟ ପରିଚାଳକ ସୁଧିର କୁମାର ଦିଗାଲ ସମସ୍ତ ଧର୍ମଗୁରୁ ମାନଙ୍କୁ ବାଲ୍ୟ ବିବାହ ନିଷେଧ ଆଇନକୁ ପାଳନ କରି ବାଲ୍ୟ ବିବାହ ବନ୍ଦ କରିବା ଦିଗରେ ଧର୍ମଗୁରୁ ମାନଙ୍କର ଭୂମିକା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ସହ ସଚେତନ କରିଥିଲେ। ଆଲୋଚନା ଚକ୍ରରେ ଧର୍ମଗୁରୁ ମାନେ ସକ୍ରିୟ ଭାବରେ ଅଂଶ ଗ୍ରହଣକରି ଆଗାମୀ ଦିନରେ ନିଜ ଅଞ୍ଚଳରେ ଗ୍ରାମ ଗୁଡ଼ିକୁ ବାଲ୍ୟ ବିବାହ ମୁକ୍ତ କରିବା ନିମନ୍ତେ ବିଭିନ୍ନ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇ ଶପଥ ପାଠ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଦିଲୀପ କୁମାର ପଣ୍ଡା ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ , ହିମାନୀ ଦାଶ ଉପସ୍ଥିତ ଧାର୍ମିକ ଗୁରୁମାନଙ୍କୁ ବାଲ୍ୟ ବିବାହ ବନ୍ଦ କରିବା ପାଇଁ ଶପଥ ପାଠ କରାଇଥିଲେ। ଏହା ସହିତ ଆକାଶ ସିଂ, ସୁଧାକର ନାୟକ ଓ ଅନ୍ୟାନ୍ୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ପ୍ରେମ୍ ର କର୍ମୀମାନେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସଞ୍ଜୟ କୁମାର ଦିଗାଲ ଧନ୍ୟବାଦ୍ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.