ଫୁଲବାଣୀ ସ୍ୱଛାସେବୀ ମହାସଂଘ ରନିର୍ବାଚନ ଅନୁଷ୍ଠିତ।…

add-all

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ୱଛାସେବୀ ମହାସଂଘ ପିଏଜିରର କାର୍ଯ୍ୟକାରୀ କମିଟି ନିର୍ବାଚନ ବନବାସୀ ସେବାସମିତି ପରିସରରେ ଅନୁଷ୍ଠିତ ହୋଇଯାଇଛି।୪୨ଜଣ ସଦସ୍ୟ ଥିବା ମହାସଂଘରେ ସମ୍ମତିରେ ରାମଚନ୍ଦ୍ର ଦାସ ଅଧ୍ୟକ୍ଷ ମନୋନୀତ ହୋଇଥବା ବେଳେ ଉପାଧ୍ୟକ୍ଷ ଭାବେ ସାବିତ୍ରୀ ପାତ୍ର,ସଂମ୍ପାଦକ ଭାବେ ହରିଶଙ୍କର ରାଉତ ଓ କୋଷାଧ୍ୟକ୍ଷ ଭାବେ ପଞ୍ଚାନନ ମିଶ୍ର ମନୋନୀତ ହୋଇଛନ୍ତି।କାର୍ଯ୍ୟ କାରୀ କମିଟି ସଦସ୍ୟ ହିସାବରେ ରବିନ୍ଦ୍ର କୁମାର ପଣ୍ଡା, କୈଳାସ ଦଣ୍ଡପାଟ, ମହମ୍ମଦ ଜିଆଉଦ୍ଧୀନ, ବରଦା ପ୍ରଶନ୍ନ ନାୟକ, ଚନ୍ଦ୍ର କାନ୍ତ ନାୟକ କେଶମତି ପ୍ରଧାନ ଅଶୋକ ପ୍ରଧାନ ପ୍ରମୁଖ ମନୋନୀତ ହୋଇଛନ୍ତି। ଏହି କାର୍ଯକାରୀ କମିଟିର କାର୍ଯ୍ୟ କାଳ ତିନ ବର୍ଷ। ପିଏଜିର କର୍ମକର୍ତ୍ତା ମାନେ ସରକାର ଓ ଜନସାଧାରଣଙ୍କ ମଧ୍ରରେ ସେତୂବନ୍ଧ ଭଳି କାର୍ଯ୍ୟ କରିବେ।ଫୁଲବାଣୀ ସ୍ୱଛାସେବୀ ମହାସଂଘ ଓଡ଼ିଶାର ଏକ ସର୍ବ ପୁରାତନ ମହାସଂଘ।ନିଜ ନିଜ ମଧ୍ୟରେ ଏକତା ଓ ଭାଇଚାରା ବଜାୟ ରଖି ସେତୂବନ୍ଧ ଭଳି କାର୍ଯ୍ୟ କରୁଛି। ପିଏଜିର ନିର୍ବାଚନ ଅଧିକାରୀ ଭାବେ ଅଶୋକ ପରିଡା ନିର୍ବାଚନ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.